କୋରାପୁଟ ଜିଲ୍ଳା ପ୍ରଶାସନ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳନ
କୋରାପୁଟ,(ହେମନ୍ତ ପାଣଗ୍ରାହୀ): ଜିଲ୍ଳା ପ୍ରଶାସନ ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଦକ୍ଷତା ଓ ବିକାଶ ତାଲିମ୍ ସଭାଗୃହ ଠାରେ ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୪ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । କୋରାପୁଟ ଜିଲ୍ଳାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ବିଶ୍ଵିଦ୍ୟାଳୟର ବରିଷ୍ଟ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସୌରଭ ଗୁପ୍ତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସା ଓ ବରିଷ୍ଟ ସାମ୍ୱାଦିକ ଭବାନୀ ଶଙ୍କର ମିଶ୍ର ମଞ୍ଚାସିନ ଥିଲେ। ଆଜିର କାର୍ଯକର୍ମ୍ ରେ ଜିଲ୍ଲାପାଳ ଉପସ୍ଥିତ ଗଣ ମାଧ୍ୟମ ପ୍ରତିନିଧି ଙ୍କ ଉଦ୍ଧେଶ୍ୟରେ ଉଦବୋଧନ ଦେଇ ଥିଲେ ଯେ ସାମ୍ୱାଦିକ ମାନଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିବା ସହିତ ଆଗମୀ ଦିନରେ କୋରାପୁଟ ଜିଲ୍ଲାର କାର୍ଯ୍ୟରତ ସାମ୍ୱାଦିକ ମାନଙ୍କ ପାଇଁ ଗୋଷ୍ଟିଗତ ଜୀବନ ବୀମା ପଲିସି ଯାହାର ସୁରକ୍ଷା ମୂଲ୍ୟ ୫ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ବିମାର ସୁବିଧା ଯୋଗାଇଦେବା ପଦକ୍ଷେପ ନିଆଯିବଏବଂ ଏଥି ସହିତ ମିଥ୍ୟା ପ୍ରଚାର ପ୍ରସାର ଦିଗରେ ଦୃଷ୍ଟିଦେଇ ସଠିକ ତଥ୍ୟ ସଂଗ୍ରହ କରି ସାମ୍ବାଦିକତାକୁ ସ୍ୱଚ୍ଛତା ରଖି ନିଜ କର୍ମ କ୍ଷେତ୍ରକୁ ବଜାୟ ରଖିବାକୁ ମଧ୍ୟ ଉପଦେଶ ଦେଇଥିଲେ। ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ। ଉପସ୍ଥିତ ସାମ୍ବାଦିକ ମାନେ ସମ୍ବାଦ ସଂଗ୍ରହ କରିବାକୁ ଯିବା ବେଳେ ସମ୍ବାଦ ପରିବେଷଣ ସମୟରେ ହେଉଥିବା ଅସୁବିଧା ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଥିଲେ। ଆଜିର କାର୍ଯ୍ୟକ୍ରମ ରେ ସୌରଭ ଗୁପ୍ତା ପ୍ରେସ କାଉନସିଲ ଅଫ ଇଣ୍ଡିଆ ଓ ସୁସ୍ଥ ସମାଜ ଗଠନ ରେ ସାମ୍ୱାଦିକ ଙ୍କ ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ
ଜାତୀୟ ପ୍ରେସ ଦିବସ ପ୍ରତିବର୍ଷ ୧୬ ନଭେମ୍ବରରେ ଦେଶରେ ପାଳନ କରାଯାଏ। ଏହି ଦିନଟି ଗଣମାଧ୍ୟମର ସ୍ବାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ ଅଟେ। ଏହି ଦିନ ହିଁ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା।ଯଦିଓ ସମଗ୍ର ବିଶ୍ୱରେ ଅନେକ ପ୍ରେସ ଏବଂ ମିଡିଆ କାଉନସିଲ ଅଛି, ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।ବାସ୍ତବରେ, ପ୍ରଥମ ପ୍ରେସ୍ କମିଶନ ଭାରତରେ ଖବରଦାତାଙ୍କ ସ୍ବାଧୀନତାକୁ ସୁରକ୍ଷା ଦେବା ଏବଂ ସାମ୍ବାଦିକତାରେ ଉଚ୍ଚ ମାନର ଲକ୍ଷ୍ୟ ରଖି ଏକ ପ୍ରେସ କାଉନସିଲ ଗଠନ କରିଥିଲେ। ଏହାର ଫଳ ସ୍ବରୂପ ୪ ଜୁଲାଇ ୧୯୬୬ରେ ଭାରତରେ ପ୍ରେସ୍ କାଉନସିଲ ପ୍ରତିଷ୍ଠା କରାଯାଇଥିଲା। ୧୬ ନଭେମ୍ବର ୧୯୬୬ରୁ ଏହାର ଆଇନଗତ କାର୍ଯ୍ୟ ଆରମ୍ଭ କରିଥିଲା। ସେବେଠାରୁ ଦେଶରେ ନଭେମ୍ବର ୧୬କୁ ପ୍ରତିବର୍ଷ ଜାତୀୟ ଗଣମାଧ୍ୟମ ଦିବସ ଭାବେ ପାଳନ କରାଯାଏ। ଆଜିର ଦିବସରେ ସମସ୍ତ୍ ଗଣମାଧ୍ୟମ ର ପ୍ରତିନିଧି ଙ୍କ ସହ ସୂଚନା ଓ ଲୋକସମ୍ପର୍କ ବିଭାଗରେ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।