କୋରାପୁଟ ଠାରେ ଦୂର ସଂଚାର ର ସାମ୍ବାଦିକ ସମିଳନୀ
କୋରାପୁଟ, (ଯୁଗାବ୍ଦ ନ୍ୟୁଜ) : ଭାରତ ଦୂରସଂଚାର ନିଗମ ପକ୍ଷରୁ ଆଜାଦିର 75ତମ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିଜ ସମିଳନୀ ର ଆୟୋଜନ କରାଯାଇଥିଲା. ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଡିଜିଟାଲ ମାଧ୍ୟମ ର ସ୍ବପ୍ନ କୁ ସାକାର କରିବା, ଘରେ ଘରେ ଦୂର ସଂଚାର ସେବା ସହଜରେ ଓ ସ୍ୱଳ୍ପ ମୂଲ୍ୟ ରେ ପହଂଚିବା ଲକ୍ଷ୍ୟ ହାସଲ ପାଇଁ କେତେ ଗୁଡିଏ ପଦକ୍ଷେପ ଗ୍ରହଣ କରାଯାଇଥିଲା. ଦୂର ସଂଚାର ଓଡିଶା ଉପ ମହାନିର୍ଦେଶକ ବିକେ ନାୟକ, କୋରାପୁଟ ପୋଲିସ ଅଧିକ୍ଷକ, ବରିଷ୍ଠ ଅଧିକାରୀଙ୍କ ସହିତ ଉପସ୍ଥିତ ଥିବା କୋରାପୁଟ ଜିଲ୍ଲା ବିଭାଗୀୟ ଅଧିକାରୀ ମାନେ ସେବାର ମାନ, ଗୁଲାବତା, ତଥା ପ୍ରମୁଖ ବିଷୟ ଉପରେ ଗୁରୁତ୍ୱ ଆରୋପ କରିବା ସହିତ ଅଧିକରୁ ଅଧିକ ଟାୱାର ନିର୍ମାଣ, ପଞ୍ଜିକରଣ ଉପରେ ମତ ବ୍ୟକ୍ତ କରିଥିଲେ.ରାଜକିଶୋର ମାଝୀ, ଏସ. କେ ମହାପାତ୍ର,ଏସ, ନ ବେହେରା ଆଲୋଚନା ରେ ଭାଗ ନେଇ ଥିଲେ.483 4ଜୀ ଟାୱାର ଓଡିଶା ର 9 ଟି ଜିଲ୍ଲା ପାଇଁ ପ୍ରାଥମିକ ସ୍ତରରେ ମଂଜୁର କରା ଯାଇଥିଲା.ଏହା ସହିତ ରାୟଗଡା, ମାଲକାନଗିରି ପ୍ରମୁଖ ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯିବା ନେଇ ମତ ରଖା ଯାଇଥିଲା. କାର୍ଯ୍ୟକ୍ରମ କୁ ଗଣମାଧ୍ୟମ ସଂଯୋଗକ ତଥା ଜନ ସମ୍ପର୍କ ଅଧିକାରୀ ମନୋଜ କୁମାର ଷଡ଼ଙ୍ଗୀ ପରିଚାଳନା ଓ ସୂଚନା ପ୍ରଦାନ କରିଥିଲେ.