କୋରାପୁଟ ସାବର ଶ୍ରୀ କ୍ଷେତ୍ରରେ ନାଗାର୍ଜୁନ ବେଶ

ଜୟପୁର,(ୱାଇଏନ୍ଏସ୍): କୋରାପୁଟ ସାବର ଶ୍ରୀ କ୍ଷେତ୍ରରେ ନାଗାର୍ଜୁନ ବେଶ କରାଯାଇଛି । ୧୯୭୨ ମସିହାରେ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ପ୍ରଥମ ଧଥ ପାଇ ନାବାର୍ଜୁନ ବେଶ କରାଯାଇଛି । କୋଭିଡ ଯୋଗୁଁ ଭକ୍ତ ମାନେ ସିଧା ଦର୍ଶନରୁ ବଞ୍ଚିତ ହୋଇଥିବାରୁ ଡିଜିଟାଲ ପ୍ଲାଟ ଫର୍ମ ଦ୍ୱାରା ଦର୍ଶନ କରାଯାଇଛି । ସାବର ନିତି ଅନୁଯାଇ ପୁଜା କରାଯାଇଥିବାରୁ ଏହା ହ ବିଶେଷତ୍ୱ ରହିଛି । ସେହିପରି ଜୟପୁର ଜଗନ୍ନାଥ ମନ୍ଦିରରରେ ଶ୍ରୀ ଜିଉଙ୍କୁ ନାଗାର୍ଜୁନ ବେଶରେ ସଜ୍ଜିତ କରାଯାଇଛି । ପ୍ରଥମ ଥର ଏପରି ବେଶ ମନ୍ଦିରରେ ଶ୍ରୀଜିଉଙ୍କୁ ଲାଗି କରାଯାଇଛି । ଏହି ଦୁର୍ଲଭ ବେଶ ଭକ୍ତ ମାନେ ଦେଖିବାରୁ ବଞ୍ଜିତ ରହିଛନ୍ତି । କୋଭିଡ ନିୟମ ଯୋଗୁଁ ଭକ୍ତ ମାନଙ୍କୁ ମନ୍ଦିର କୁ ପ୍ରବେଶ ମନା ହୋଇଛି । ଅପରାହ୍ନ ଅନ୍ନ ଭୋଗ ପରେ ପ୍ରଭୁଙ୍କୁ ନାଗାର୍ଜୁନ ବେଶ କରିବା ପାଇଁ ଆରମ୍ବ କରାଯାଇଥିଲା । ଦୀର୍ଘ ୨ ଘଣ୍ଟା ସମୟ ବେଶ କରିବାକୁ ଲାଗିଥିଲା । ସଂନ୍ଥ୍ୟା ୭ଟା ଯାଏ ଏହି ବେଶ ରହିବ । ମନ୍ଦିରରେ ସ୍ୱତନ୍ତ୍ର ଆଳତି କରାଯାଇଥିଲା । ସମସ୍ତ ନିତି କାନ୍ତ ଭିତରେ ଶ୍ରୀ ଜିଉଙ୍କ ପୁଜା ପାଠ ଜାରି ରହି ଥିବା ଜଗନ୍ନାତଙ୍କ ଙ୍କ ମୁଖ୍ୟ ପିରୋହିଜ ଡମ୍ବୁର ଧର ପଣ୍ଡା ଓ ସେବାୟତ ଜଗନ୍ନାଥ ତ୍ରିପାଠି ସୁଚନା ଦେିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ