କୋରାପୁଟ ସୁଖୋଇ ପ୍ଲାଣ୍ଟରେ ବିସ୍ପୋରଣ ,୧ ଗୁରୁତର

କୋରାପୁଟ, ସୁନାବେଡାର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ହାଲର ସୁଖୋଇ ପ୍ଲାଣ୍ଟରେ ବିସ୍ପୋରଣ ଘଟି ଜଣେ କର୍ମଚାରୀ ଗୁରୁତର ଆହାତ ହୋଇଛନ୍ତି । ଆହାତଙ୍କ କର୍ମଚାରୀଙ୍କ ପରିଚୟ ସୁଦାମ ମହାନ୍ତି ବୋଲି ଜଣାପଡିଛି । ବିସ୍ପୋରଣରେ ତାଙ୍କ ଶରୀରର ୯୦ ଶତକଡା ଅଂଶ ପୋଡିଯାଇଛି । ସେ ପ୍ଲାଣ୍ଟରେ କାମ କରୁଥିବା ସମୟରେ ସେ ବିସ୍ପୋଣରେ ଘଟଣା ସ୍ଥଳରେ ଆହାତ ହୋଇ ତଳେ ପଡିଯାଇଥିଲେ ।ଏହା ପରେ ତା୍ଙ୍କୁ ଗୁରୁତର ଅବସ୍ଥାରେ ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ ବିଶାଖାପାଟନା ମେଡିକାଲକୁ ସ୍ତାନାନ୍ତରିତ କରାଯିବାକୁ ଯୋଜନା ଚାଲିଛି । ବିସ୍ପୋରଣର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏସଂପର୍କରେ ତଦନ୍ତ ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ