କୋରୋନାକୁ ଏଭଳି ମୁକାବିଲା କରୁଛନ୍ତି ୟୁରୋପର ଏହି ୧୦ ଦେଶ

ସମଗ୍ର ମହାଦେଶରେ ୟୁରୋପର ଲୋକ ନିଜର ସ୍ବାଧୀନତା ଉପରେ ଲାଗିଥବା କଟକଣା ସହିତ ସଂଘର୍ଷ କରୁଥବା ବେଳେ ଅପରପାର୍ଶ୍ବରେ ସରକାର କୋରୋନା ଭୂତାଣୁ ବ୍ୟାପି ନ ଯାଉ ସେ ଦିଗରେ ପ୍ରୟାସ ଜାରି ରଖିଛନ୍ତି। ସ୍ପେନରେ ମହାମାରୀର କେନ୍ଦ୍ରସ୍ଥଳ ପାଲଟିଛି ମାଦ୍ରିଦ। ଦେଶରେ କୋରୋନା ଜନିତ ମ୍‌ତ୍ୟୁସଂଖାରେ ଅଧା ସଂଖ୍ୟକ ଲୋକଙ୍କ ଜୀବନ ଏଠାରୁ ଯାଇଛି। ଏଠାରେ ବଡ଼ ବଡ଼ ହୋଟେଲ ଆଉ କନ୍‌ଫରେନ୍ସ ହଲ ଗୁଡ଼ିକ ହସ୍ପିଟାଲ ଭାବେ ବ୍ୟବହ୍‌ତ ହେଉଛି। ସୁପର ମାର୍କେଟର ଦୋକାନ ଗୁଡ଼ିକ ଆଗରେ ଲୋକେ ଲମ୍ବା ଧାଡ଼ିରେ ଠିଆହୋଇ ରହିଛନ୍ତି। ଜଣକ ଠାରୁ ଆଉଜଣେ ତିନି ଫୁଟର ଦୂରତ୍ବ ବଜାୟ ରଖୁଛନ୍ତି। ଔଷଧ ଦୋକାନ ଗୁଡ଼ିକ ଦୋକାନ ଭିତରକୁ ଜଣେ ବା ଦୁଇଜଣ ଗ୍ରାହକଙ୍କୁ ଛାଡ଼ୁଛନ୍ତି। ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି ଓ ହଜାର ହଜାର ଲୋକ ଆଇନ ଅମାନ୍ୟ କରି ଜରିମାନା ଭରିଛନ୍ତି।
ଇଟାଲୀର ରୋମ ସହରର ସ୍ଥିତି ଏବେ ବି ବିପଜ୍ଜନକ ରହିଛି। ଦୋକାନ ଗୁଡ଼ିକ ଭିତରକୁ ପର୍ଯ୍ୟାୟକ୍ରମେ ଲୋକଙ୍କୁ ଛଡ଼ାଯାଉଛି। ୧୦ ଜଣଙ୍କୁ ଛାଡ଼ିବାର ୩୦ ମିନିଟ ପରେ ଆଉ ୧୦ ଜଣଙ୍କୁ ଯିବା ପାଇଁ ଅନୁମତି ମିଳୁଛି। ଜଣେ ଗ୍ରାହକ ଆଉ ଜଣେ ଗ୍ରାହକଙ୍କ ଠାରୁ ଦୂରତ୍ବ ରକ୍ଷା କରି ଠିଆ ହେଉଛି। ଲୋକେ ମହାମାରୀକୁ ନେଇ ଏତେ ଡରିଯାଇଛନ୍ତି ଯେ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ କିଣି ଦେଉଛନ୍ତି। ସାଧାରଣ ଦିନ ଗୁଡ଼ିକ ଭଳି ବସ୍, ଗାଡ଼ି ମଟର ଚଳାଚଳ କରୁଛି କିନ୍ତୁ ଗାଡ଼ିଗୁଡ଼ିକ ଖାଲି ଯାଉଛି। ଲୋକ ବାହାରକୁ ଆସିବା କମାଇ ଦେଇଛନ୍ତି। ରୋମରେ ଲୋକଙ୍କୁ ଘରୁ ବାହାରକୁ ବାହାରିବା ଦିଗରେ କଟକଣା ଜାରି କରାଯାଇଛି। ସଡ଼କ ଗୁଡ଼ିକ ଶୂନଶାନ ଓ ନିଛାଟିଆ ହୋଇଯାଇଛି। ସ୍ବାସ୍ଥ୍ୟ କର୍ମଚାରୀ ଓ ଅନ୍ୟ କେତେକ କର୍ମଚାରୀଙ୍କୁ ଚଳପ୍ରଚଳ ତଥା କାର୍ଯ୍ୟରେ ଯୋଗଦାନ ପାଇଁ ଅନୁମତି ରହିଛି। ପୋଲିସ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ଏବଂ ବାହାରକୁ ଆସୁଥିବା ଲୋକଙ୍କ ଠାରୁ କାରଣମାନ ପଚାରି ବୁଝୁଛନ୍ତି। ଯୁଦ୍ଧ ହେଉଛି ଏବଂ ଯୁଦ୍ଧ ପାଇଁ କର୍ଫ୍ୟୁ ଲଗାଯାଇଥିବା ଭଳି ଅନୁଭବ ହେଉଥିବା ଜଣେ ସହରବାସୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ପର୍ଯ୍ୟଟନ ଦ୍‌ଷ୍ଟିରୁ ଇଟାଲୀ ଏକ ପ୍ରମୁଖ ଦେଶ। ଏବେ ପର୍ଯ୍ୟଟନ ଋତୁ। ପ୍ରକ୍‌ଷ୍ଟ ସମୟ। ଯଦି ଲକଡାଉନ ହୋଇ ନ ଥାନ୍ତା, ତେବେ ପର୍ଯ୍ୟଟକମାନେ ଏହାର ସ୍କାରକୀ ସବୁ ଦେଖିବା ପାଇଁ ରୁଣ୍ଡ ହୋଇଥାନ୍ତେ। ଫ୍ରାନ୍ସର ପ୍ୟାରିସ ସହରରେ ସ୍ବାସ୍ଥ୍ୟକର୍ମୀମାନେ ଦିନରାତି ଏକାକାର କରିଦେଇଛନ୍ତି। ହସ୍ପିଟାଲର କର୍ମଚାରୀ ଆଇସିୟୁ ଭିତରେ ବେଡ ବିଛାଇବାରେ ଲାଗିଛନ୍ତି। ସମସ୍ତ କର୍ମଚାରୀ ଫେସ ମାସ୍କ ତିଆରି କରିବାରେ ଯୁଦ୍ଧବତ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜଗିଙ୍ଗ କରୁଥିବା ଲୋକମାନେ ଘର ଠାରୁ ଏକ କିମିରୁ ଅଧକ ଦୂର ଯାଇପାରୁ ନାହାନ୍ତି। ଦିନକୁ ଥରକରୁ ଅଧିକ ଜଗିଙ୍ଗ ପାଇଁ ଅନୁମତି ନାହିଁ। ଲକ୍ଷେ ପୋଲିସ ଲକଡାଉନକୁ ସଫଳ ପାଇଁ ଜଗି ରହିଛନ୍ତି। ଯେଉଁମାନେ ଖିଲାପ କରୁଛନ୍ତି, ସେମାନଙ୍କ ପାଇଁ ୬ ମାସ ଜେଲଦଣ୍ଡର ପ୍ରାବଧାନ ରଖାଯାଇଛି। ଜର୍ମାନୀ ଓ ବର୍ଲିନ ସହରରେ ସୁପର ମାର୍କେଟରେ ସବୁ ଷ୍ଟକ ଖାଲି। ବାହାରେ ଜଗିଥିବା ସୁରକ୍ଷାକର୍ମୀମାନଙ୍କ ନିକଟରେ ସାମଗ୍ରୀ ସବୁ ରହିଛି ଓ ସେମାନେ ଟିକିଏ ଚଢ଼ା ଦାମରେ ବିକ୍ରି କରୁଛନ୍ତି। ଦୋକାନରେ ଏବେ ପାସ୍ତା ନାହିଁ କି ଅଟା ନାହିଁ। ଜର୍ମାନୀର ପ୍ରତ୍ୟେକ ସହରରେ ଲକଡାଉନର ନିୟମ କାନୁନ ଭିନ୍ନ ଭିନ୍ନ। ଲୋକେ ବିଭିନ୍ନ କାରଣ ପାଇଁ ବାହାରକୁ ଆସୁଛନ୍ତି କିନ୍ତୁ ପରସ୍ପର ଠାରୁ ଦେଢ଼ ମିଟର ଦୂରତ୍ବ ବଜାୟ ରଖୁଛନ୍ତି।
ସେହିପରି ୧.୭୨ କୋଟି ଜନସଂଖ୍ୟା ବିଶିଷ୍ଟ ନେଦରଲାଣ୍ଡ ଜନସଂଖ୍ୟାର ସାନ୍ଧ୍ରତା ପାଇଁ ଜଣାଶୁଣା। ଏଠାରେ ଲୋକଙ୍କୁ ଭୂତାଣୁ ଠାରୁ ରକ୍ଷା କରିବା ଏକ କଠିନ କାମ। ଏଠାକାର ସିପୋଲ ଏୟାରପୋର୍ଟ ନିର୍ମାଣ ଦିନରୁ ଏଭଳି ଜନଶୂନ୍ୟ ହୋଇ ନ ଥିଲା। ଲୋକଙ୍କୁ ଜଙ୍ଗଲ ଭିତରକୁ ଯିବା ପାଇଁ ମନା କରାଯାଇଛି। ସୁଇମିଂ, ବେଲେ, ନାଟକ ଏବଂ ପାର୍କ ଯିବାକୁ କଟକଣା ଜାରି କରାଯାଇଛି। କୁହାଯାଏ ହଙ୍ଗେରୀର ଲୋକେ ଶୀଘ୍ର ପ୍ରତିବାଦ କରନ୍ତି। କିନ୍ତୁ ଆଜି ବିଦ୍ରୋହୀମାନେ ବେଶ୍ ଥଣ୍ଡା, ତେଣୁ ସହର ବହୁତ ଶାନ୍ତ। କ୍ୟାଫେ, ବେକରି, ପୋଷ୍ଟ ଅଫିସ ଏବଂ ଔଷଧ ଦୋକାନ ବାହାରେ ଲୋକେ ଜଣେ ଅନ୍ୟ ଜଣକ ଠାରୁ ଏକ ମିଟର ଦୂରତା ରଖି ଠିଆ ହେଉଛନ୍ତି। ବୁଦାପେଷ୍ଟ ବାଇକ ମାଫିଆ ନାମକ ଏକ ସଂଗଠନ ଗୃହହୀନ ଲୋକଙ୍କ ପାଇଁ ଭିଟାମିନ ବୁମ୍ ଅଭିଯାନ ଆରମ୍ଭ କରିଛନ୍ତି। ସର୍ବିଆ ନିଜ ସୀମା ସିଲ୍ କରିଦେଇଛି। ଭିଏନା, ଅଷ୍ଟ୍ରିଆରେ ଲକଡାଉନ କଡ଼ା କରାଯାଇଛି। ଅନଲାଇନ ଅର୍ଡର ଦେଲେ ସାମଗ୍ରୀ ଗୋଟିଏ ସପ୍ତାହ ପରେ ମିଳୁଥିବା ଦର୍ଶାଯାଉଛି। ସ୍ବିଡେନରେ ନିଃସଙ୍ଗତା ଲୋକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ