ଗଣମାଧ୍ୟମ ସବୁ ଜାଣି ଲୁଚାଉଛନ୍ତି : ଜନ ସାଧାରଣ
ସୋରଡା, (ରଜନୀ କାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ରେ ଦିନ କୁ ଦିନ କୋରୋନା ସଂକ୍ରମଣ ଙ୍କ ସଂଖ୍ୟା ବଢିବା ଘଟଣା ଜିଲ୍ଲାବାସି ଙ୍କ ପାଇଁ ଚିନ୍ତା ର କାରଣ ପାଲଟିଲାଣି। ଏପରି ସ୍ଥିତି ରେ ଲୋକେ କିପରି ଏହି ସଂକ୍ରମଣ ରୁ ବଞ୍ଚିବେ ସେଥିଲାଗି ପ୍ରଶାସନ ର ପ୍ରୟାସ ଜାରି ରହିଛି। ବର୍ତମାନ ସ୍ଥିତି ରେ ଲୋକ ଙ୍କ ପାଖରେ ସଂକ୍ରମଣ ସଂଖ୍ୟା ଓ ସଂକ୍ରମଣ ଅଞ୍ଚଳ ପହଞ୍ଚିବା ନିହାତି ଆବଶ୍ୟକ ଯାହା ଫଳ ରେ ସେମାନେ ସଂକ୍ରମିତ ଅଞ୍ଚଳ ରୁ ଦୂରେଇ ରହିବେ । କିନ୍ତୁ ତାହା ହେଇ ପାରୁନି। ଓଡିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗତ ଦୁଇ ଦିନ ରେ ଜିଲ୍ଲା ରେ ୨୧୬ ଓ ୧୧୬ ସଂକ୍ରମିତ ଥିବା ସୂଚନା ମିଳିଥିଲା ଏହାପରେ ଗଞ୍ଜାମ ଜିଲ୍ଲାପାଳ ନିଜ ଟ୍ବିଟ ଜରିଆରେ ଗଞ୍ଜାମ ର ସବୁ ଅଞ୍ଚଳ ର ସଂକ୍ରମଣ ସୂଚନା ଦେବାର ଥିଲା ଯାହା ହେଇପାରିଲା ନାହି। ଏବେ ଚାରିଆଡେ ଆଲୋଚନା ଜୋର ଯେ ଗଞ୍ଜାମ ରେ ଏତେ ସଂକ୍ରମିତ କିନ୍ତୁ କେଉଁ ଅଞ୍ଚଳ ରେ ଏହା ରହିଛି ତାହା କେହି ଜାଣି ନାହାନ୍ତି। ସବୁ ଆଡେ ଲୋକେ ଭୟଭୀତ । କୋରୋନା କୁ ନେଇ ଆଲୋଚନା ଜୋର। ସବୁ ଠାରୁ ଗୁରୁତ୍ଵ ହେଲା ଯେ ସରକାରୀ ବାବୁ ଙ୍କ ଡେସ୍କ ରେ ତାଲିକା ରହିଲେ ଲୋକେ ସଚେତନ ହେବେ କି। ଲୋକମାନଙ୍କୁ ସଠିକ ତଥ୍ୟ ଦେବା ପ୍ରଶାସନ ର ଦାଇତ୍ଵ ଓ କର୍ତବ୍ୟ। ଗତକାଲି ଖବର ମିଳିଲା ସହର ରେ ଆଉ ୫ ଜଣ ସଂକ୍ରମିତ ଅଛନ୍ତି। ଏନ ଏ ସି ରେ ଗୋଟିଏ ଅଧିକାରୀ ଙ୍କୁ ପଚାରିଲୁ ଉତର ମିଳିଲା ଆପଣ ଯାହା ଶୁଣିଛନ୍ତି ମୁ ମଧ୍ୟ ଶୁଣିଛି ହେଲେ ସରକାରୀ ଭାବେ କିଛି ଜାଣିନୀ। କୋବିଡ ୧୯ ର ଆଉ ଜଣକୁ ପଚାରିବାରୁ କହିଲେ ଜିଲ୍ଲାପାଳ ଙ୍କ ସୂଚନା ପରେ ହିଁ ଜଣାପଡିବ। ତଥାପି କେମିତି କଣ କରି ତଥ୍ୟ ମିଳିଲା ସତ ମଧ୍ୟ ହେଲା କିନ୍ତୁ ଜିଲ୍ଲାପାଳ ଙ୍କ ସୂଚନା ନ ଥାଇ ଲେଖିବା ସମ୍ଭବ ହେଲାନି । ସରକାରୀ ନିର୍ଦେଶନାମା ରହିଛି କେବଳ ଜିଲ୍ଲାପାଳ ହିଁ ସୂଚନା ଦେବେ। ଗଞ୍ଜାମ ଜିଲ୍ଲାପାଳ ଙ୍କ ସୋରଡା ଗସ୍ତ ନେଇ ଜଣେ ବୃଦ୍ଧ ପଚାରିଲେ କଣ ଆମ ସହର ସ୍ଥିତି ଖରାପ ଜିଲ୍ଲାପାଳ ଏତେ ଥର ଆସିଲେଣି ହେଲେ କିଛି ଉତର ଦେଇ ହେଲାନି କହିବାକୁ ପଡିଲା ଏମିତି ତଦାରଖ କରିବା ପାଇଁ ଆସୁଛନ୍ତି। କାରଣ ଆଜି ଯାଏଁ ଜିଲାପାଳ ଯେତେଥର ଆସିଛନ୍ତି କାହାପାଖରେ ମଧ୍ୟ ଖବର ନାହି। ସୋରଡା ବ୍ଲକ ଓ ଏନ ଏ ସି ର କିଛି ବଡବାବୁ ଙ୍କ ପାଖରେ ଏହା ସୀମିତ। ଜିଲ୍ଲାପାଳ କାହିଁକି ଆସିଲେ ଆଉ କଣ ତଦାରଖ କଲେ ଏହା ଜାଣିବା ଲୋକଙ୍କ ଅଧିକାର। ଏପରି ସ୍ଥିତି ରେ ପ୍ରଶାସନ କି ପଦକ୍ଷେପ ନଉଛି ତାହା ଲୋକଙ୍କ ପାଖରେ ପହଞ୍ଚିବା ଦରକାର। କିନ୍ତୁ ଏଠି ପରିସ୍ଥିତି ଭିନ୍ନ। ଏଠି ବୋଧେ ବଡବାବୁ ମାନେ ସଚେତନ ହେଇଗଲେ ସବୁ ସମାଧାନ ହେଇଯିବ ଆଉ ଏହି ବ୍ଲକ ରେ ଥିବା ୩୦୦ ରୁ ଉର୍ଦ୍ଧ ଗ୍ରାମ ର ଗ୍ରାମବାସୀ ସବୁ ଜାଣିଯିବେ। ବର୍ତମାନ ଯାଏଁ ସଂକ୍ରମଣ ଭୟାବହତା ଦେଖିବାକୁ ମିଳିଲାଣି କିନ୍ତୁ ପ୍ରଶାସନିକ ଅଧିକାରୀ ଙ୍କ ଡେସ୍କ ରେ ତାଲିକା ପଡିରହିଛି। ସୋରଡା ର କେଉଁ ଅଞ୍ଚଳରେ ସଂକ୍ରମଣ ଅଧିକ ଏବଂ ଲୋକେ କିପରି ସେଠାରୁ ଦୂରେଇ ରହିବେ ସେଥିପ୍ରତି ତ୍ଵରିତ ପଦକ୍ଷେପ ନେବା ପ୍ରଶାସନ ର କର୍ତବ୍ୟ। ଲୋକଙ୍କ ଜୀବନ ବଞ୍ଚାଇବା ପ୍ରଥମ ପ୍ରାଥମିକତା। ଯଦି ସଂକ୍ରମଣ ର ସଠିକ ତଥ୍ୟ ପହଞ୍ଚିବନି ତେବେ ଲୋକେ ସଚେତନ ହେବେ କେମିତି। ଏପରି ସ୍ଥିତି ରେ ସହର ଏବଂ ଅଞ୍ଚଳରେ ସଂକ୍ରମଣ କୁ ନେଇ ଲୋକେ ହାଉଜାଉ ହେଲେଣି। ଯିଏ ଯେମତି ପଡିଲା ସେମତି ପ୍ରଚାର କରୁଛି। କିଏ କହୁଛି ଆଜି ଅମୁକ ଗ୍ରାମ ରେ ଦୁଇ ଜଣ ବାହାରିଲେ।, କିଏ କହୁଛି ଅମୁକ ଲୋକ କୁ ଜ୍ବର ହେଉଛି, କିଏ କହୁଛି ତାଙ୍କ ଘର କିଏ ବାହାରୁ ନାହାନ୍ତି କଣ ହେଇଥିବ ଏହିପରି ଗୋଟେ ଅସ୍ଵଭାବିକ ପରିସ୍ଥିତି ସୃଷ୍ଟି ହେଉଛି। ଖାଲି ଥାନା ବାବୁ ଙ୍କ ଗାଡି ସାଇରନ ଶୁଣିଲେ ଲୋକେ ଦଉଡୁଛନ୍ତି। ଥାନା ବାବୁଙ୍କ ଗାଡି ପଇଁତରା ମାରିଲେ ଲୋକେ ଭାବୁଛନ୍ତି ଯେ କିଛି ଗୋଟେ ବଡ ଖରାପ ହଉଛି ତେଣୁ ଏତେଥର ଗାଡି ବୁଲୁଛି। ଏବେ ତ ଲୋକେ ବି କହିଲେଣି ଯେ ଏ ସବୁ ମିଡିଆ ବାଲା ସବୁ ଜାଣିଛନ୍ତି ହେଲେ ବଡବବାବୁ ଙ୍କ କଥାରେ ପଡି ସବୁ ଲୁକଉଛନ୍ତି। କିନ୍ତୁ ସତ ଏୟା ଯେ ମିଡିଆ ବାଲା ଙ୍କ ପାଖରେ ବି ଖବର ନାହି। ତେଣୁ ସ୍ଥାନୀୟ ପ୍ରଶାସନ ସମେତ ଜିଲ୍ଲା ପ୍ରଶାସନ ଜିଲ୍ଲା ରେ ପ୍ରକୃତ ସଂକ୍ରମଣ ସଂଖ୍ୟା ଓ ଅଞ୍ଚଳ ଘୋଷଣା କଲେ ଲୋକେ ଏଥି ପ୍ରତି ଅଧିକ ପ୍ରଜତ୍ନଶୀଳ ହେବା ସହ ସଚେତନ ହେଇପାରିବେ।


