କୋରୋନା ଚାପରେ ଆତ୍ମହତ୍ୟା କଲେ ଜର୍ମାନୀର ହେସେ ରାଜ୍ୟର ଅର୍ଥମନ୍ତ୍ରୀ

ବନ: ଜର୍ମାନୀର ହେସେ ରାଜ୍ୟର ଅର୍ଥମନ୍ତ୍ରୀ ଥୋମାସ ଶେଫର୍ କୋରୋନା ଭାଇରସ ପ୍ରଭାବରୁ ଆର୍ଥିକ ଅବନତିକୁ କିପରି ମୁକାବିଲା କରିବେ, ସେନେଇ ଗଭୀର ଚିନ୍ତିତ ହେବା ପରେ ଆତ୍ମହତ୍ୟା କରିଥିବା ରାଜ୍ୟର ମୁଖ୍ୟ ଭୋଲକର ବଫିୟର ରବିବାର କହିଛନ୍ତି। ଶନିବାର ରେଳ ଧାରଣା ନିକଟରୁ ୫୪ ବର୍ଷୀୟ ଶେଫରଙ୍କ ମୃତଦେହ ମିଳିଥିଲା। ୱିସବାଡେନ୍ ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି ଯେ, ଶେଫର୍ ଚିନ୍ତିତ ହୋଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ, ସାରା ବିଶ୍ୱରେ ଏବେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦିନକୁ ଦିନ ଲୋକଙ୍କ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଏବେ ସବୁ ଦେଶର ସରକାର ଲକଡାଉନ୍ ଘୋଷଣା କରୁଥିବା ବେଳେ ଦେଶର ଅର୍ଥନୀତି ମଧ୍ୟ ଏହା ଦ୍ୱାରା ପ୍ରାଭାବିତ ହେଉଥିବା ଦେଖିବାକୁ ମିଳୁଛି । ତେବେ ଜର୍ମାନୀର ହେସେ ରାଜ୍ୟର ଅର୍ଥମନ୍ତ୍ରୀ ଥୋମାସ ଶେଫର୍ କୋରୋନା ଭାଇରସ ଚାପରେ ଗଭୀର ଚିନ୍ତିତ ହୋଇ ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ରବିବାର କରୋନା ଭୂତାଣୁ କବଳିତ ହୋଇ ବିଶ୍ବର ପ୍ରଥମ ରାଜବଂଶଜ ଭାବେ ମୃତ୍ୟୁମୁଖରେ ପଡ଼ିଥିଲେ ସ୍ପେନର ରାଜକୁମାରୀ। କରୋନା ସଂକ୍ରମିତ ସ୍ପେନର ୮୬ ବର୍ଷୀୟା ରାଜକୁମାରୀ ମାରିଆ ଟେରେସା ଚିକିତ୍ସାଧୀନ ଥିଲେ। ପ୍ୟାରିସରେ ତାଙ୍କର ପରଲୋକ ଘଟିଛି। ରାଜକୀୟ ରୀତିନୀତିରେ ତାଙ୍କର ଅନ୍ତିମ ସଂସ୍କାର ମାଦ୍ରିଦରେ ସମ୍ପନ୍ନ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ