ନେତାଜୀ ସେନା ପକ୍ଷରୁ ଖାଦ୍ୟ ପୁଡିଆ ବଣ୍ଟନ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌):ସାରା ଦେଶ ଏବେ କରୋନା ପାଇଁ ଲକ୍ ଡାଉନ୍ ଘୋଷଣା ହୋଇଛି । ଫଳରେ ସାଧାରଣ ଖଟିଖିଆ ଗରିବ ଲୋକ ମାନେ କାମଧନ୍ଦା ନପାଇ ଦୁଃଖକଷ୍ଟରେ ଜୀବନ ବଞ୍ଚାଉଛନ୍ତି । ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଗରିବଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ମୁଠାଏ ଖାଦ୍ୟ ପାଇଁ ସେମାନେ ଅନାଇ ବସିଛନ୍ତି । ଏପରିପେକ୍ଷୀରେ ବିଭିନ୍ନ ସଂଗଠନ ତଥା ବଦାନ୍ୟ ବ୍ୟକ୍ତି ମାନେ ସହାୟତାର ହାତ ବଢାଉଛନ୍ତି । ସୋମବାର ବନ୍ତ ହାଟସାହି ଓ କଲେଜ ନିକଟସ୍ଥ ସାହିରେ ବନ୍ତ ନେତାଜୀ ସେନା ପକ୍ଷରୁ ୪୦ଟି ପରିବାରଙ୍କୁ ଶୁଖିଲା, ରନ୍ଧା ଖାଦ୍ୟ, ମାସ୍କ ଓ ସଚେତନତା ଲିଫଲେଟ୍ ଆଦି ବଣ୍ଟନ କରାଯାଇଛି । ନେତାଜୀ ସେନାର ସଭାପତି ସୁରଜ୍ କୁମାର ମହାନ୍ତି, ଉପସଭାପତି ସମ୍ବିତ୍ କୁମାର ପଣ୍ଡା, ସମ୍ପାଦକ ସଞ୍ଜୟ ଜେନା, ସାର୍ଥକ ବିଶ୍ୱାଳ, ଶ୍ରୀବତ୍ସ ବାରିକ, ଚନ୍ଦନ ମହାନ୍ତି, ବିକାଶ ରଞ୍ଜନ ଦେବତା ପ୍ରମୁଖ ଉକ୍ତ ସାହିରେ ପହଞ୍ôଚ ଗରିବ ଲୋକ ମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ