କୋରୋନା ଭୟରେ କୁକୁଡ଼ା ଛାଡିଦେଲେ ବ୍ୟବସାୟୀ

ଗଞ୍ଜାମ (ଦୁର୍ଗାମାଧବ ପାଣିଗ୍ରାହୀ ) : କୋରୋନା ଭୟରେ କୁକୁଡ଼ା ଛାଡ଼ିଦେଲେ ବ୍ୟବସାୟୀ । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା କଣ୍ଟିଆଗଡ଼ ରେ ଗ୍ରାମର ସଦାନନ୍ଦ ସ୍ୱାଇଁ ନାମକ ଫାର୍ମ ମାଲିକ ନିଜ ଫାର୍ମର ୫ ହଜାରରୁ ଉର୍ଦ୍ଧ୍ୱ କୁକୁଡ଼ା ବାହାରକୁ ଛାଡ଼ିଦେଇଛନ୍ତି ବ୍ୟବସାୟୀ ଜଣଙ୍କ । କୁକୁଡା ଖାଇଲେ କୋରୋନା ବ୍ୟାପିବାର ଅପପ୍ରଚାର ପରେ ୫ ହଜାର କୁକୁଡା ରଖିଥିବା ମାଲିକ କୁକୁଡା ଫାର୍ମକୁ ଖାଲି କରିଦେଇଛନ୍ତି । ଆଉ ହଜାର ହଜାର କୁକୁଡା ବାହାରେ ବୁଲୁଥିବା ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମବାସୀ କୁକୁଡାଗୁଡିକୁ ବୋହି ନେଇଛନ୍ତି । । ଫାର୍ମ ମାଲିକ ଫାର୍ମ ଖାଲି କରିଦେବା ପରେ କୁକୁଡାମାନେ କିପରି ଖୋଲା ପଡିଆରେ ବୁଲୁଛନ୍ତି । କୁକୁଡା ଖାଇଲେ କୋରୋନା ବ୍ୟାପିବ ବୋଲି ଅପ୍ରଚାର ହେବା ପରେ ଫାର୍ମ ମାଲିକ ଏପରି ପଦକ୍ଷେପ ନେଇଛନ୍ତି । ଏପରିକି କେତେକ ଅଂଚଳରେ କୁକୁଡା ଗୋଟାକୁ ୧୦ ଟଙ୍କାରେ ବିକ୍ରି କରାଯାଉଥିବା ମଧ୍ୟ ଖବର ଆସିଛି ।କୁକୁଡା ମାଂସ ଖାଇଲେ କୋରୋନା ବ୍ୟାପିବା ଏକ ଅପପ୍ରଚାର ବୋଲି ସେ ସ୍ପଷ୍ଟ କରାଇଛନ୍ତି । କିଛିଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗଠାରୁ ଆରମ୍ଭ କରି ରାଜ୍ୟ ଡିଏମଇଟି କୁକୁଡା ଖାଇଲେ କୋରୋନା ବ୍ୟାପିବ ନାହିଁ ବୋଲି ସଚେତନ କରାଇଛନ୍ତି । ହେଲେ ଲୋକଙ୍କ ଭିତରେ କୋରୋନାକୁ ନେଇ ଥିବା ଭୟ ଯୋଗୁଁ କୁକୁଡା ଚାଷୀ ବିଲରେ ଛାଡି ଦେବା ପାଇଁ ବାଧ୍ୟ ହୋଇଛନ୍ତି । ଫଳରେ ଫାର୍ମ ଖାଲି ହୋଇଯାଇଛି ଏବଂ ହଜାର ହଜାର କୁକୁଡା ବିଲରେ ବୁଲୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ