ବିଦେଶରୁ ଫେରିଲେ ଦୁଇ ଜଣ, ପ୍ରଶାସନ ତରଫରୁ ପଞ୍ଜିକରଣ
ଗଞ୍ଜାମ (ଦୁର୍ଗାମାଧବ ପାଣିଗ୍ରାହୀ ) : ଗଞ୍ଜାମ ବ୍ଲକ ର ବିଭିନ୍ନ ଗ୍ରାମକୁ ବିଭିନ୍ନ ରାଜ୍ୟ ରୁ ପ୍ରାୟ 45 ରୁ ଉର୍ଦ୍ଧ୍ବ ଫେରିଥିବା ବେଳେ, ବିଦେଶରୁ ଦୁଇଜଣ ଫେରିଛନ୍ତି , ବ୍ଲକ ପ୍ରଶାସନ ତରଫରୁ ସେମାନଙ୍କ ପଞ୍ଜିକରଣ କରାଯାଇଥିବା ବେଳେ କଡାନଜର ରଖିଥିବା ଦେଖାଯାଇଛି । କରୋନା ସଂକ୍ରମଣ ରୋଗର ଭୟବୟତା ରୋକିବାକୁ ଦୃଷ୍ଟିରେ ରଖି ବ୍ଲକ ତରଫରୁ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଙ୍କ ପ୍ରତ୍ୟକ୍ଷ ତ୍ୱତାବାଧାନରେ ସଚେତନତା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଂଚୟତ ଗୁଡିକରେ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରିବାକୁ ଏକ ପ୍ରଚାର ଗାଡି ବୁଲାଯାଇଛି । ଗ୍ରାମଞ୍ଚଳରେ ଅଙ୍ଗନାବାଡି କର୍ମୀ, ଓ ପଂଚୟତ ସ୍ତରରେ କର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସାନରାମଚନ୍ଦ୍ର ପୁର ପଂଚୟତର ମଧୁରଚୁଁଆ ଗ୍ରାମର ଧନଞ୍ଜୟ ନାହାକ(୨୮) ସାଉଥଆଫ୍ରିକ ରୁ ନିଜ ଗ୍ରାମକୁ ଫେରିଥିବା ବେଳେ, ମଲାଡ଼ ପଂଚୟତର ବରାଦ ଗ୍ରାମର ସୁନୀଲ କୁମାର ସ୍ୱାଇଁ(୪୭) ସାଉଥ ଆରବ ରୁ ଗ୍ରାମକୁ ଫେରିଥିବା ବେଳେ ବ୍ଲକ ପ୍ରଶାସନ ତରଫରୁ ସେମାନ ଙ୍କର ପଞ୍ଜିକରଣ କରାଯାଇଛି। ବିଡ଼ିଓ ଜ୍ୟୋତି ଶଙ୍କର ରାୟ ବିଦେଶ ରୁ ଫେରିଥିବା ବେକ୍ତିଙ୍କୁ ଭେଟି ସେମାନଙ୍କୁ ଦୁଇ ସପ୍ତାହ ଅଲଗା ରୁମ ରହିବା ଓ ଅଂଚଳ ବାସୀ ସେମାଙ୍କୁ ସେତିକ ଦିନ ପର୍ଯ୍ୟନ୍ତ ନ ଭେଟିବାକୁ ପରାମର୍ଶ ଦେଇଥିଲେ । ସେହିପରି ବ୍ଲକ ର ବିଭିନ୍ନ ଗ୍ରାମକୁ କେରଳ , ସୁରାଟ, ଚେନାଇ, ବମ୍ବେ, ଆନ୍ଧ୍ରପ୍ରଦେଶ, ପ୍ରମୁଖ ରାଜ୍ୟ ରୁ ଗ୍ରାମର 45 ଜଣ ଆସିଥିବା ବେଳେ, ସେମାନଙ୍କ ପାଖରେ କୌଣସି ଲକ୍ଷଣ ନଥିବା ବିଡ଼ିଓ ରାୟ କହିଛନ୍ତି ।


