କୋରୋନା ଯୁଦ୍ଧ ଜିତିଲେ ଗେମ ଅଫ ଥ୍ରୋନ୍ସର ଅଭିନେତା
ଅଭିନେତା କ୍ରିଷ୍ଟୋଫର ହିବଜୁ ବ୍ଲକବଷ୍ଟର ଶ୍ଙ୍ଖଳା ‘ଗେମ ଅଫ ଥ୍ରୋନ୍ସ’ରେ ଟରମଣ୍ଡ ଗିଣ୍ଟସବନର ଭୂମିକାରେ ଅଭିନୟ କରିଥିଲେ। ଏହି ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ମଧ୍ୟରେ ବେଶ ପରିଚିତି ହାସଲ କରିଥିଲେ। ଏବେ ସେ କୋଭିଡ-୧୯ ଯୁଦ୍ଧ ଜିତିଥିବା ସୂଚନା ଦେଇଛନ୍ତି। ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ଅଭିନେତା ନିଜ ସ୍ବାସ୍ଥ୍ୟକୁ ନେଇ ଇନଷ୍ଟାଗ୍ରାମରେ କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ଗେରି ଉଭୟ କୋରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇଥିବା କହିଛନ୍ତି। କ୍ରିଷ୍ଟୋଫର ଇନଷ୍ଟାଗ୍ରାମରେ ଲେଖିଛନ୍ତି, କୋରୋନା ଭାଇରସ ସଂକ୍ରମିତ ହେବା ପରେ ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇଛନ୍ତି। ତାଙ୍କ ପତ୍ନୀ ଗେରି ମଧ୍ୟ କିଛି ସପ୍ତାହ ଯାଏ କ୍ବାରେଣ୍ଟାଇନରେ ରହିବା ପରେ ସମସ୍ତ ଲକ୍ଷଣରୁ ମୁକ୍ତ ହୋଇସାରିଛନ୍ତି। ଏଥିସହିତ ସେ ତାଙ୍କ ପତ୍ନୀଙ୍କ ସହ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। କ୍ରିଷ୍ଟୋଫର କହିଛନ୍ତି ଯେ ସେ ଭାଗ୍ୟବାନ ଯେ ତାଙ୍କ ଠାରେ କୋଭିଡ-୧୯ର ହାଲୁକା ଲକ୍ଷଣ ଥିଲା। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଯେଉଁ ଲୋକମାନେ ଏହି ଭାଇରସ କାରଣରୁ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ଓ ଯେଉଁମାନେ ଏହି ଭାଇରସ ଦ୍ବାରା ଅଧିକ କଷ୍ଟ ପାଇଛନ୍ତି, ସେମାନଙ୍କୁ ମୋର ହାର୍ଦ୍ଦିକ ସମବେଦନା। ଆପଣ ସମସ୍ତଙ୍କର ସମର୍ଥନ ପାଇଁ ଧନ୍ୟବାଦ। ତେଣୁ ଦୟାକରି ସତର୍କ ରହନ୍ତୁ। ସାମାଜିକ ଦୂରତା ରଖନ୍ତୁ। ହାତ ଧୋଇବାକୁ ଭୁଲନ୍ତୁ ନାହିଁ। ଏହି ସମୟରେ ପରସ୍ପରର ଧ୍ୟାନ ରଖନ୍ତୁ ବୋଲି ସେ ଲେଖିଛନ୍ତି।