କୋରୋନା ସଚେତନତା ପାଇଁ ଶର୍ଟ ଫିଲ୍ମ
ମୁମ୍ବାଇ : କୋରୋନା ଭାଇରସର ପ୍ରକୋପ କାରଣରୁ ସାରା ବିଶ୍ବ ଗମ୍ଭୀର ସଙ୍କଟର ସାମ୍ନା କରୁଛି। ଇତିମଧ୍ୟରେ ଅମିତାଭ ବଚ୍ଚନ, ରଜନୀକାନ୍ତ, ଚିରଞ୍ଜିବୀ, ପ୍ରିୟଙ୍କା ଚୋପ୍ରା, ରଣବୀର କପୁର, ଆଲିଆ ଭଟ୍ଟଙ୍କ ସମେତ ଅନେକ ସେଲିବ୍ରିଟି ସଚେତନତା ସୃଷ୍ଟି କରିବା ପାଇଁ ଆଗେଇ ଆସିଛନ୍ତି। ଏହି ସେଲିବ୍ରିଟିମାନେ କୋଭିଡ-୧୯ ଉପରେ ଏକ ଶର୍ଟ ଫିଲ୍ମ ଜରିଆରେ ଏକାଠି ଲୋକଙ୍କୁ ସଚେତନ କରୁଥିବା ନଜର ଆସିବେ। ଏହାର ଟାଇଟଲ ‘ଫ୍ୟାମିଲି’ ହେବ ବୋଲି ଜଣାପଡ଼ିଛି। ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରସୁନ ପାଣ୍ଡେ ଦେଇଛନ୍ତି। ଏଥିରେ ଅମିତାଭ ବଚ୍ଚନ ମଧ୍ୟ ସହଯୋଗ କରିଛନ୍ତି। ଫିଲ୍ମରେ ଦେଖାଯାଇଛି ଯେ ଘରେ ରହିଲେ, ସୁରକ୍ଷିତ ରହିବେ। ଏଥିରେ ସ୍ବଚ୍ଛତା ରଖିବା, ଘରୁ କାମ କରିବା ଓ ସାମାଜିକ ଦୂରତା ରଖିବା ଆଦି ଦିଗଗୁଡ଼ିକ ଉପରେ ଧ୍ୟାନ ଦିଆଯାଇଛି। ଏହି ଫିଲ୍ମରେ ଲୋକେ କେଉଁଭଳି ଭାବେ ଘରେ ରହି କାମ ପାଇଁ ସଂଘର୍ଷ କରୁଛନ୍ତି, ତାହା ମଧ୍ୟ ଦେଖିବାକୁ ମିଳିବ। ଏହି ଶର୍ଟ ଫିଲ୍ମର ପ୍ରିମିଅର ସୋମବାର ରାତି ୯ଟାରେ ହୋଇଛି। ଦେଶର ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଅମିତାଭ ବଚ୍ଚନ, ଉଇ ଆର ୱାନ ଗ୍ରୁପ, ସୋନି ପିକ୍ଚର୍ସ ନେଟୱର୍କସ ଇଣ୍ଡିଆ ଓ କଲ୍ୟାଣ ଜୁଏଲର୍ସ ମାଧ୍ୟମରେ ସାରା ଦେଶର ୧ ଲକ୍ଷ ପରିବାରକୁ ମାସିକ ରାସନ ଦେବାକୁ ଘୋଷଣା କରିଛନ୍ତି।