କୋରୋ ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିଜୁ ଯୁବଜନତାଦଳ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଂଚାୟତର ଗଇଦୁଆ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୈାମ୍ୟରଞ୍ଜନ ସିଂ, କୋରୋ ପଂଚାୟତ ବିଜୁ ଯୁବ ବାହିନୀ ସଭାପତି ଜିତେନ୍ଦ୍ର ରାଉତ, ସମ୍ପାଦକ ବିନୋଦ ମଳିକ, ମଳୟ ପରିଡା, ନିର୍ମଳ ପରିଡା, ମଥୁରାନନ୍ଦ ସିଂ, ଅନିଲ ଜେନା, ଅଭିରାମ ଜେନା, ସତ୍ୟବାନ ସାମଲ, ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।