କୋରୋ ପଂଚାୟତ ବିଜେଡି ସଭାପତିଙ୍କୁ ସ୍ୱାଗତ
କେନ୍ଦ୍ରାପଡା : କୋରୋ ଗ୍ରାମ ପଂଚାୟତର ବିଜେଡି ସଭାପତି ଭାବେ ଯୁବନେତା ଅଶୋକ କୁମାର ବରାଳଙ୍କୁ ମନୋନ୍ୱିତ କରାଯାଇଥିବାରୁ ପଂଚାୟତରେ ଆନନ୍ଦର ଲହରି ଖେଳିଯାଇଛି । ବିଜେଡିର ଜଣେ ଆଗଧାଡିର ନେତା ଭାବେ ଅଶୋକ ନିଜ ପଂଚାୟତର ବିକାଶ ସହିତ ଦଳୀୟ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରି ସମସ୍ତଙ୍କ ନିକଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି । ଅଶୋକଙ୍କୁ ପଂଚାୟତ ସଭାପତି ଦାୟିତ୍ୱ ଦିଆଯାଇଥିବାରୁ ଯୁବନେତା ହରିପଦ ବେହେରା,ଅକ୍ଷୟ କୁମାର ପାତ୍ର,ଯଦୁନାଥ ପାତ୍ର,ହରେକୃଷ୍ଣ ସିଂହ,ଦେବବ୍ରତ ବରାଳ,ଆଇନଜୀବି ଚୈତନ୍ୟ ଚରଣ ମଲ୍ଲିକ ପ୍ରମୁଖ ଶତାଧିକ ବିଜେଡି କର୍ମୀ ଅଶୋକଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଧାୟକ ଶଶୀଭୂଷଣ ବେହେରା ଓ ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।