ଦୃଷ୍ଟିବାଧିତ ବିଦ୍ୟାଳୟର ଅନ୍ତେବାସୀଙ୍କୁ ପୋଷାକ ବଂଟନ

କେନ୍ଦ୍ରାପଡା : ପୈାରସଂସ୍ଥା ଦ୍ୱାରା ପରିଚାଳିତ ଦୃଷ୍ଟି ବାଧିତ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସୂର୍ଗତ ବିଷ୍ଣୁ ପ୍ରସାଦ ଦାସଙ୍କ ସ୍ମୃତିରେ ଟ୍ରଷ୍ଟର ପୃଷ୍ଟପୋଷକ ପ୍ରଦତଃ ପୋଷାକ ଓ ମିଷ୍ଟାନ୍ନ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଅତିଥି ଭାବେ ଯୋଗଦେଇ ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ମିଷ୍ଟାନ୍ନ ବଂଟନ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସଂଯୋଜକ ତଥା ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି,ଜିଲ୍ଲା ବୋଇତ ବନ୍ଦାଣ ସମିତିର ସଂଯୋଜକ ଗୋଲଖ ଚନ୍ଦ୍ର ପଢିଆରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ