କୋର୍ଟ ପରିସରରୁ ଓକିଲଙ୍କ ବାଇକ ଚୋରି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ଅଦାଲତ ପରିସରରୁ ଶୁକ୍ରବାର ଏକ ବାଇକ ଚୋରି ହୋଇଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଖଡିଅଙ୍ଗ ଗ୍ରାମର ବରିଷ୍ଠ ଆଇନିଜୀବୀ ଦିନେଶ ରାଜ ସିଂହ ଜିଲ୍ଲା ଅଦାଲତକୁ ଯାଇଥିଲେ । କୋର୍ଟ ପରିସରରେ ନିଜ ବାଇକ ନମ୍ବର- ଓଆର-୦୫-ଆର-୮୫୩୦ଟିକୁ ରଖି ନିଜ କାମ ସାରି ଫେରିଲା ବେଳକୁ ବାଇକ ନଥିବାର ଦେଖିବାକୁ ପାଇଥିଲେ । ଏହି ସମ୍ପର୍କରେ ଆଇନଜୀବୀ ଶ୍ରୀ ସିଂହ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗ ପାଇବା ପରେ ଟାଉନ ଥାନା ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲେ ମଧ୍ୟ ଚୋରି ବାଇକର କୈାଣସି ପତ୍ତା ମିଳିନଥିବା ପୋଲିସ ସୁତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ