କୋଲକତା କାମାକ୍ଷୀ ଦର୍ଶନରେ ଗଲେ ବରିଷ୍ଟ ନାଗରିକ
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମାଲକାନଗିରି ଜିଲ୍ଲାରୁ ୭୧ଜଣ ବରିଷ୍ଠ ନାଗରିକ ରାୟଗଡା ଅଭିମୁଖେ ଯାତ୍ରା କରିଛନ୍ତି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ନିର୍ଦ୍ଦେଶ ଅନୁସାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଦେବବର ପ୍ରଧାନ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସରୁ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଲୋକସଭା ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ମାଧବ ପାଙ୍ଗି ଓ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ତାଙ୍କର ଯାତ୍ରା ପାଇ ଶୁଭେଚ୍ଛା ଜଣାଇଛନ୍ତି। ମନୁଷ୍ୟ ଜୀବନ କାଳ ମଧ୍ୟରେ ପୂଣ୍ୟ ତୀର୍ଥକ୍ଷେତ୍ର ଦର୍ଶନ କରିବାର ପରମ୍ପରା ରହି ଆସିଛି। ବରିଷ୍ଠ ନାଗରିକ ତୀର୍ଥ ଯୋଜନା ମାଧ୍ୟମରେ ଜିଲ୍ଳାର ୭୧ଜଣ ବରିଷ୍ଠ ନାଗରିକଙ୍କ କୋଲକାତା ଓ ଆସାମ ରାଜ୍ୟର ଗୌହାଟୀ ନିକଟବର୍ତ୍ତୀ କାମକ୍ଷୀ ଶକ୍ତିପୀଠ ପରିଦର୍ଶନର ସ୍ବପ୍ନ ପୂରଣ ହୋଇ ପାରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରଯାଇଛି। ସେମାନଙ୍କ ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ଯ କରଯାଇଛି। ୭୧ଜଣ ମଧ୍ୟରୁ ୩୩ଜଣ ପୁରୁଷ ରହିଥିବା ବେଳେ ୩୮ଜଣ ମହିଳା ତୀର୍ଥଯାତ୍ରୀ ରହିଛନ୍ତି। ଆଜି ସମସ୍ତ ଯାତ୍ରୀ ରାୟଗଡା ପହଞ୍ଚିବା ପରେ ସେଠାରେ ବିଶ୍ରାମ କରିବା ପରେ ଆସନ୍ତା କାଲି ରେଳ ଯୋଗେ ତୀର୍ଥଯାତ୍ରା ଅଭିମୁଖେ ବାହାରିବେ। ରାଜ୍ୟ ପର୍ଯ୍ୟଟନ ବିଭାଗ ତତଫରୁ ସେମାନଙ୍କ ସୁବିଧା ନିମନ୍ତେ, ମେଡ଼ିକାଲ ସୁବିଧା, ଖାଇବା ବ୍ୟବସ୍ତା ସହ ଗାଇଡର ବ୍ୟବସ୍ତା ସହ ସମସ୍ତ ସୁବିଧା ପ୍ରତି ଧ୍ୟାନ ଦିଆଯାଇଛି।ମାଲକାନଗିରି ଜିଲ୍ଲାରୁ ଏସ୍କର୍ଟ ଅଧିକାରୀ ମାନେ ଭାବେ ସଦର ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଓ ରାଜସ୍ବ କର୍ମଚାରୀ ରବୀନ୍ଦ୍ର ନାୟକ ସାଥିରେ ଗସ୍ତ କରିଛନ୍ତି। ବିଶେଷ କରି ଆର୍ଥିକ ଭାବେ ଦୁର୍ବଳ ଥିବା ବରିଷ୍ଠ ନାଗରିକ ଏହି ଯୋଜନା ମାଧ୍ୟମରେ ତୀର୍ଥଯାତ୍ରା କରିବାର ସୁଯୋଗ ପାଇଥାନ୍ତି। ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ହରେକୃଷ୍ଣ କୀର୍ତ୍ତନିଆ, ରଞ୍ଜନ ମହାନ୍ତି ଓ ସନ୍ତୋଷ ବିଶ୍ୱାସ ସହୋଯୋଗ କରିଥିଲେ।