କୋଲକାତାକୁ ୩-୧ ଗୋଲରେ ହରାଇ ୟୁନାଇଟେଡ୍ ଭୂବନେଶ୍ୱର ଚାମ୍ପିୟାନ

ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍‌) : ଜେଲ ପଡ଼ିଆ ଠାରେ ଚାଲିଥିବା ୫ମ ସର୍ବ ଭାରତୀୟ ଭଞ୍ଜଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି କୋଲକାତା କୁ ୩-୧ ଗୋଲ ରେ ପରାସ୍ତ କରି ଜଗା ୟୁନାଇଟେଡ଼ (ଭୁବନେଶ୍ୱର) ଚମ୍ପିୟନ ହୋଇ ଟ୍ରଫି ସହ ୩୩,୩୩୩ ଅର୍ଥରାଶି ପୁରସ୍କାର ଗ୍ରହଣ କରିଛି।କୋଲକାତା ଭାଇପର୍ସ ରନର ଟ୍ରଫି ସହ ୨୨,୨୨୨ ଅର୍ଥରାଶି ପାଇବାରେ ସକ୍ଷମ ହୋଇଛି। ଆରମ୍ଭରୁ ଭୁବନେଶ୍ୱର ଦଳ ଲଢ଼ୁଆ ଖେଳ ପ୍ରଦର୍ଶନ କରି ଲଗାତାର ୩ଟି ଗୋଲ ସ୍କୋର କରିଥିବା ବେଳେ ଶେଷ ବେଳକୁ କେବଳ ଗୋଟିଏ ଗୋଲ କରିବାରେ କୋଲକାତା ସକ୍ଷମ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, କମାଣ୍ଡାଣ୍ଟ ପ୍ରଭାସ କୁମାର ସାହୁ, ଶିକ୍ଷାବିତ ଅମରନାଥ ରଥ, ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କଂହର ଉପସ୍ଥିତ ଥିଲେ।ବରିଷ୍ଠ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭଞ୍ଜନଗର ଫୁଟବଲ ଆସୋସିଏସନ ର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ