କରଚୁଲି ମଣ୍ଡଳ ବିଜେପିର ସାଂଗଠନିକ ବୈଠକ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁବୁଡା ବ୍ଲକ ଅନ୍ତର୍ଗତ କଦମ୍ବ ମଠ ପରିସରରେ କରଚୁଲି ମଣ୍ଡଳ ଭାରତୀୟ ଜନତା ପାର୍ଟିର ସାଂଗଠନିକ ବୈଠକ ମଣ୍ଡଳ ସଭାପତି ମାନସ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ନୀଳମଣି ବିଷୋୟୀ ଯୋଗଦେଇ ସଂଗଠନକୁ ସୁଦୃଢ କରବା ପାଇଁ କାମକରିବାକୁ କହିବାସହ ସିଏଏ ସପକ୍ଷରେ ଜନତାଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳର ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ମଣ୍ଡଳ ପର୍ଯ୍ୟବେକ୍ଷକ ହରି କୃଷ୍ଣ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଙ୍ଗାଧର ନାୟକ, ରାଜ୍ୟ ସଦସ୍ୟା ଜୟନ୍ତୀ ପଢ଼ିଆରୀ, ଜିଲ୍ଲା ପ୍ରତିନିଧି ତ୍ରିଲୋଚନ ସାହୁ, ବୁଗୁଡା ମଣ୍ଡଳ ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତି,ନଗର ପର୍ଯ୍ୟବେକ୍ଷକ ନୀଳମଣି ପାଢ଼ୀ,ବୁଗୁଡା ଏନଏସି ପୁର୍ବତନ ଉପ ନଗରପାଳ ଇଂ ସୁବ୍ରତ କୁମାର ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ କର୍ମୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ