କୋଲଗେଟ୍ର ନୂଆ ବିଜ୍ଞାପନ “ଅନ୍ଦର ସେ ଷ୍ଟ୍ରଙ୍ଗ୍’

ନୂଆଦିଲ୍ଲୀ, (ଏଜେନ୍ସି): ଓରାଲ୍ କେୟାର ବଜାରର ଅଗ୍ରଣୀ ସଂସ୍ଥା, କୋଲ୍ଗେଟ୍-ପାଲ୍ମୋଲିଭ୍ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ କୋଲଗେଟ୍ର “ଅନ୍ଦର ସେ ଷ୍ଟ୍ରଙ୍ଗ (ଭିତରୁ ସୁଦୃଢ଼) ଅଭିଯାନର ଅଂଶ ସ୍ୱରୂପ କ୍ରିକେଟ ଖେଳାଳି ମହେନ୍ଦ୍ର ସିଂହ ଧୋନି ଓ ତାଙ୍କ ପତ୍ନୀ ସାକ୍ଷି ସିଂହ ଧୋନିଙ୍କୁ ନେଇ ଏକ ନୂଆ ଟିଭି ବିଜ୍ଞାପନ ପ୍ରସ୍ତୁତ କରାଯାଇଛି । ଏହା କୋଲଗେଟ୍ର ଷ୍ଟ୍ରଙ୍ଗ୍ ଟିଥ୍ ଟୁଥପେଷ୍ଟ୍ ଜଣଙ୍କ ଦାନ୍ତରେ ପ୍ରାକୃତିକ କ୍ୟାଲସିୟମ ଯୋଗ କରିବା ଉପରେ ଗୁରୁତ୍ୱାରୋପ କରୁଛି । ଫଳରେ ଦାନ୍ତକୁ ଭିତରୁ ତାହା ସୁଦୃଢ଼ କରୁଛି । ଉକ୍ତ ବିଜ୍ଞାପନରେ କଠିନ ପରିସ୍ଥିତି ଏବଂ ସ୍ଥିତି ଦାବି କରୁଥିବା ନିଷ୍ପତି ନେବା ସମ୍ପର୍କରେ ଧୋନି ସେହି ସମୟକୁ ମନେପକାଇଛନ୍ତି, ଯେତେବେଳେ ତାଙ୍କ ଝିଅ ଜିଭା ଜନ୍ମ ହୋଇଥିଲା, ସେତେବେଳେ ସେ ବିଶ୍ୱକପ୍ରେ ଭାରତକୁ ପ୍ରତିନିଧିତ୍ୱ କରୁଥିଲେ । ୨୦୧୮ ନଭେମ୍ବରରେ ଦୀପିକା ପାଦୁକୋନ ଏବଂ ତାଙ୍କ ମା’ଙ୍କୁ ନେଇ ଏକ ଟିଭି ବିଜ୍ଞାପନ ଜରିଆରେ “ଅନ୍ଦର ସେ ଷ୍ଟ୍ରଙ୍ଗ୍’ ଅଭିଯାନ ଆରମ୍ଭ କରାଯାଇଥିଲା । ଭିତର ଦୃଢ଼ତାର ଗୁରୁତ୍ୱ ଏବଂ ତାହା କିଭଳି ହସରେ ପ୍ରତିଫଳିତ ହୁଏ ତାହାକୁ ବ୍ରାଣ୍ଡ୍ ପକ୍ଷରୁ କୋଲଗେଟ୍ ଷ୍ଟ୍ରଙ୍ଗ ଟିଥ୍ ଟୁଥପେଷ୍ଟ୍ ଜରିଆରେ ପ୍ରତିଫଳିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ