କୌଶଳ ପ୍ରତିଯୋଗୀତା ପାଇଁ ଇଣ୍ଡିଆ ସ ପଞ୍ଜିକରଣ ଆରମ୍ଭ
ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ କୌଶଳ ପ୍ରଦର୍ଶନ ପାଇଁ ପ୍ରତି ଦୁଇ ବର୍ଷରେ ହେଉଥିବା ଇଣ୍ଡିଆ ସ୍କିଲ୍ସ ୨୦୨୦ ପ୍ରତିଯୋଗୀତାରେ ଅନଲାଇନ ପଞ୍ଜିକରଣ ଆରମ୍ଭ ଘୋଷଣା କୌଶଳ ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେ କରିଛନ୍ତି । ପ୍ରତିଯୋଗୀତା କୁଶଳୀ ଓ ପ୍ରତିଭାସମ୍ପନ୍ନ ଯୁବ ବର୍ଗକୁ ସେମାନଙ୍କର କୌଶଳ ୫୦ଟି କ୍ଷେତ୍ରରେ ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇବେ । ଆଂଚଳିକ ରାଉଣ୍ଡରେ ପ୍ରତିଯୋଗୀତା ୪ ଟି ଜୋନ ମଧ୍ୟରେ ହୋଇ ଜାତୀୟ ସ୍ତରରେ ସମାପନ ହେବ । ପ୍ରତିଯୋଗୀତାର ବିଜେତା ଦେଶକୁ ପ୍ରତିନିଧିତ୍ୱ କରି ଚାଇନା ଠାରେ ୨୦୨୧ ମସିହାରେ ହେବାକୁ ଥିବା ୱାଲ୍ଡ ସ୍କିଲ୍ସ ପ୍ରତିଯୋଗୀତାରେ ଭାଗନେବେ । ଡଃ ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି, “ବିଶ୍ୱର କୌଶଳ ରାଜଧାନୀ ଋପେ ଭାରତକୁ ଗଢି ତୋଳିବା ଲକ୍ଷ ନେଇ ଇଣ୍ଡିଆ ସ୍କିଲ୍ସ ୨୦୨୦ ପ୍ରତିଯୋଗୀ ମାନଙ୍କୁ ସେମାନଙ୍କର ବକ୍ଷତା ପ୍ରଦର୍ଶନ କରିବା ପାଇଁ ସୁଯୋଗ ଦେବେ । ଇଣ୍ଡିଆ ସ୍କିଲ୍ସ ୨୦୧୯ ଅବିଶ୍ୱସନୀୟ ସଫଳତା ପାଇପାରିଥିଲା । ଆମର ବିଶ୍ୱାସ ଯେ ଇଣ୍ଡିଆ ସ୍କିଲ୍ସ ୨୦୨୦ ଅଧିକ ପ୍ରତିଯୋଗୀଙ୍କ ସହ ଦୃଢ ଟିମ ପାଇପାରିବ । ପ୍ରତିଯୋଗୀତା ପାଇଁ ଇଚ୍ଛୁକ ପ୍ରତିଯୋଗୀ www.worldskillsindia.co.inରେ ପଞ୍ଜିକରଣ କରିପାରିବେ । ଏଥିପାଇଁ ଜାନୁଆରୀ ୧, ୧୯୯୯ ପରେ ଜନ୍ମ ହୋଇଥିବା ଆବଶ୍ୟକ । ଯୁବ ଗୋଷ୍ଠୀ ୫୦ରୁ ଉର୍ଦ୍ଧ୍ୱ କୌଶଳ କ୍ଷେତ୍ର ଯଥା ମେକାଟ୍ରୋନିକସ, ମ୍ୟାନୁଫାକ୍ଚରିଂ, ଏରୋନୋଟିକାଲ ଇଞ୍ଜିନିୟରିଂ, କ୍ଲାଉଡ କମ୍ପୁଟିଂ, ସାଇବର ସିକ୍ୟୁରିଟି, ବେକିଂ, ବିୟୁଟି ଥେରାପି, ହେୟାର ଡ୍ରେସିଂ, କାର୍ପେନ୍ଟ୍ରି, ୱାଟର ଟେକ୍ନୋଲୋଜି, ଆଇଟି ନେଟୱାର୍କିଂ ରେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ କରିବେ । ଜିଲ୍ଲା, ରାଜ୍ୟ ତଥା ଆଂଚଳିକ ସ୍ତରରେ ପ୍ରତିଯୋଗୀତା ଆୟୋଜନ କରାଯିବ । ପ୍ରତିଯୋଗୀତାକୁ ରଜ୍ୟମାନେ ଆୟୋଜନ କରିବେ ଏବଂ ଏଥିପାଇଁ ନ୍ୟାସନାଲ ସ୍କିଲ ଡେଭେଲପମେଂଟ କର୍ପୋରେସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ । ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗୀତା ସହ ଆବିଲିମ୍ପକ୍ସ ପ୍ରତିଯୋଗୀତା ବିଶେଷ ଦକ୍ଷତା ବିଶିଷ୍ଟ ପ୍ରତିଯୋଗୀ ମାନଙ୍କ ପାଇଁ ଆୟୋଜନ କରାଯିବ । କଜାନ ଠାରେ ୱାର୍ଲ୍ଡ ସ୍କିଲ୍ସ ୨୦୧୯ ରେ ୨୨ଟି ବର୍ଗରେ ଭାରତ ଭାଗନେଇଥିଲା । ତନ୍ମଧ୍ୟରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଦୁଇଟି ବ୍ରୋଞ୍ଜ ଏବଂ ୧୫ ଟି ମେଡାଲିଏନ ଅଫ ଏକ୍ସଲେନ୍ସ ଅର୍ଜନ କରିପାରିଥିଲା । ଏହି ବିଜେତା ମାନଙ୍କୁ ମାନ୍ୟବର ମନ୍ତ୍ରୀ ସାର୍ଟିଫିକେଟ ଓ ପୁରସ୍କାର ରାଶି ଦେଇ ସମ୍ମାନୀତ କରିଥିଲେ । ପ୍ରଥମ ଥର ୨୦୧୮ ମସିହାରେ ଆୟୋଜିତ ଇଣ୍ଡିଆ ସ୍କିଲ୍ସ୨୦୧୮ ପ୍ରତିଯୋଗୀତା ରେ ୨୨ ଟି ରାଜ୍ୟ ଏବଂ ୧୦୦ରୁ ଉର୍ଦ୍ଧ୍ୱ କର୍ପୋରେଟ ଭାଗନେଇଥିଲେ । ଏହି ପ୍ରତିଯୋଗୀତା ରେ ୩୫୫ ପ୍ରତିଯୋଗୀ ଦକ୍ଷତା ପ୍ରଦର୍ଶନ କରିଥିଲେ । ଇଣ୍ଡିଆ ସ୍କିଲ୍ସ ୨୦୨୦ ରେ କିଏ ଭାଗ ନେଇପାରିବ ୧.ଇଚ୍ଛୁକ ଆବେଦନକାରୀ ଜାନୁଆରୀ ୧, ୧୯୯୯ ବା ତତ୍ପଶ୍ଚାତ ଜନ୍ମଗ୍ରହଣ କରିଥିବେ । ମେକାଟ୍ରୋନିକସ, ମ୍ୟାନୁଫାକ୍ଚରିଂ ଟିମ ଚାଲେଞ୍ଜ, ଏରୋନୋଟିକାଲ ଇଞ୍ଜିନିୟରିଂ, କ୍ଲାଉଡ କମ୍ପୁଟିଂ, ସାଇବର ସିକ୍ୟୁରିଟି, ୱାଟର ଟେକ୍ନୋଲୋଜି, ଆଇଟି ନେଟୱାର୍କିଂ କେବଲିଂ ଆଦି ପ୍ରତିଯୋଗୀତା ରେ ଆବେଦନକାରୀ ଜାନୁଆରୀ ୧,୧୯୯୬ ବା ତା ପରେ ନ୍ମଗ୍ରହଣ କରିଥିବା ଆବଶ୍ୟକ ।
୨.ମୋବାଇଲ ରୋବୋଟିକ୍ସ, ସାଇବର ସିକ୍ୟୁରିଟି, ଲ୍ୟାଣ୍ଡସ୍କେପ ଗାର୍ଡେନିଂ, କଂକ୍ରିଟ କନଷ୍ଟ୍ରକସନ ୱାର୍କ ଏବଂ ମେକାଟ୍ରୋନିକସ ପ୍ରତିଯୋଗୀତା ପାଇଁ ଦୁଇ ଜଣିଆ ଟିମ ହୋଇଥିବା ଆବଶ୍ୟକ । ଅଧିକ ବିବରଣୀ ttps://worldskillsindia.co.in/worldskill/world/ରେ ମିଳିପାରିବ ।


