କ୍ବାରାଣ୍ଟାଇନ କେନ୍ଦ୍ର ଵୁଲି ଦେଖିଲେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ଅଧୀନସ୍ଥ କୁରୁଜଂଗ ପଞ୍ଚାୟତ ରେ କରୋନା ମହାମାରୀ କୋଭିଡ ୧୯ ମୁକାବିଲା ପାଇଁ ପ୍ରସ୍ତୁତ ୨୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କ୍ବାରାଣ୍ଟାଇନ କେନ୍ଦ୍ର କୁ ଗୁରୁବାର ପୂର୍ବାହ୍ନ ୨ଟା ସମୟରେ କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା ଓ ଯୁବ ସେବା ଓ ଆଇଟି ବିଭାଗ ମନ୍ତ୍ରୀ ତୁଷାରକାନ୍ତ ଵେହେରା ଵୁଲି ଦେଖିବା ସହ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖଵରରୁ କରୋନା ମହାମାରୀ କୋଭିଡ ୧୯ ର କଡା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ଭାଵରେ ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରସ୍ତୁତି କାର୍ଯ୍ୟ କରିଥିବା ବେଳେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୁରୁଜଂଗ ଗ୍ରାମ ପଞ୍ଚାୟତ ରୁ ଓଡିଶା ବାହାରେ କାର୍ଯ୍ୟ କରୁଥିବା ୧୦୦ରୁ ଉର୍ଦ୍ଧ୍ଵ ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପଚାଂୟତ ପ୍ରଶାସନ ସହଯୋଗରେ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ଗ୍ରାମ ପଞ୍ଚାୟତ ର ଵଟେଶ୍ବର ଉଚ୍ଚ ବିଦ୍ୟାଳୟ ଓ କୁରୁଜଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ କ୍ବାରାଣ୍ଟାଇନ କେନ୍ଦ୍ର କୁ ମନ୍ତ୍ରୀ ଶ୍ରୀ ଵେହେରା ବୁଲି ଦେଖିବା ସହ ଏହି କେନ୍ଦ୍ର ରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ସାନିଟାଇଜର ବ୍ୟବସ୍ଥା ସହ ଵିଭିନ୍ନ ପ୍ରସ୍ତୁତି ପର୍ବ ର ଅନୁଧ୍ୟାନ କରିଥିଲେ। ଏହି ଗ୍ରସ୍ତ ସମୟରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇ, କାକଟପୁର ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ, ସରପଂଚ ନିଗମାନନ୍ଦ ପରିଡା, ଯୁବନେତା ରଶ୍ମିରଞ୍ଜନ ସ୍ଵାଇଁ ,ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ଵେହେରା ସମେତ ସମସ୍ତ ଵିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ