କ୍ବାରେଣ୍ଟାଇନ୍‌ ଅବଧିରେ ବୃଦ୍ଧି : ଏଣିକି ୧୪ ପରିବର୍ତ୍ତେ ୨୧ ଦିନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ବଢାଗଲା କ୍ବାରେଣ୍ଟାଇନ୍‌ ଅବଧି । ସରକାରଙ୍କ ନୂତନ ନିୟମ ଅନୁଯାୟୀ ଏଣିକି ପ୍ରବାସୀ ଓଡିଆ ମାନେ ୧୪ ଦିନ ପରିବର୍ତ୍ତେ ୨୧ ଦିନ କ୍ବାରେଣ୍ଟାଇନ୍‌ ହୋମ୍‌ରେ ରହିବେ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବିଭାଗ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡ. କେ ଶ୍ରୀନାଥ ରେଡ୍ଡୀ ଗତକାଲି ସରକାରଙ୍କୁ କ୍ବାରେଣ୍ଟାଇନ୍‌ ଅବଧି ବଢାଇବାର ପରାମର୍ଶ ଦେଇଥିଲେ । ଆଜି ସରକାରଙ୍କ ପକ୍ଷରୁ ଏହା ବଢାଯାଇଥିବା ନେଇ ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ