‘ କ୍ରାନ୍ତି ଯୁବଛାତ୍ର ସଂଗଠନ ପକ୍ଷରୁ ୭୩ ୟୁନିଟ୍ ରକ୍ତ ସଂଗ୍ରହ 

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ଅବସରରେ ଛତ୍ରପୁର ଠାରେ କ୍ରାନ୍ତି ଯୁବଛାତ୍ର ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଛି । କ୍ରାନ୍ତି ଯୁବଛାତ୍ର ସଂଗଠନ ର ସଭାପତି ଇଜୁ ଆମିନ୍ ଖାନ୍ ଓ ଯୁବନେତା ଚିଙ୍କରା ବେହେରାଙ୍କ ସହେଯାଗରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଶିବିରରେ ମୋଟ ୭୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।ଏହି ଶିବିରକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦ୍‌ଘାଟନ କରଥିବା ବେଳେ ଗଞ୍ଜାମ ପୁଲିସ ଜିଲ୍ଲାର ହେଡକ୍ୱାର୍ôଟ ଡିଏସ୍‌ପି ଉତ୍କଳ କେଶରୀ ଦାଶ, ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀ, ସଂପାଦକ ଏସ୍‌.ଶ୍ୟାମ କୁମାର, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ, ଋଷିକୁଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ, ଦୁର୍ଯ୍ୟୋଧନ ନାହାକ, ଏନ୍‌.ଚିନ୍ନେୟା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସଂପୂର୍ଣ୍ଣ ମାତ୍ରାରେ ମହେଶ କୁମାର ଗୌଡ, ବୀରେନ୍ ରାଉଳ, ନୀଳାଞ୍ଚଳ ସେଠୀ, ଦେବାଶିଷ ମହାନ୍ତି, ଆଦିତ୍ୟ ନାରାୟଣ ଦାଶ, ଚିଦାନନ୍ଦ ପ୍ରଧାନ, ପ୍ରଦୀପ କୁମାର ନାହାକ, ସୃତିଶୀଖା ମୁନୀ ଓ ପ୍ରିୟଙ୍କା ସାହୁ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ରକ୍ତଭଣ୍ଡାରର ଡା.ସୁସ୍ମିତା ବେହେରା, ଲକ୍ଷ୍ମୀ ନାରାୟଣ ମାଝୀ, ଦିବାକର ତ୍ରିପାଠୀ, ରାମହରୀ ପଣ୍ଡା, ଚରଣ ଦେହୁରୀ, ଲକ୍ଷ୍ମଣ ବେହେରା, ନାଗଭୁଷଣ ପ୍ରଧାନ ଏବଂ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଏ.ଏନ୍‌.ରାଉତରାୟ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ