କ୍ରାନ୍ତି ଯୁବଛାତ୍ର ସଂଘର ସଭାପତି ବିଭିନ୍ନ ଢଙ୍ଗରେ ଜନ୍ମଦିନ ପାଳିଲେ

ଛତ୍ରପୁର (ଯୁଗାଦ୍ଦ ନ୍ୟୁଜ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇଜୁ ଆମିନ ଖାନଙ୍କ ଜନ୍ମ ଦିନ ଅବସରରେ ଏକ ସମାଜସେବା କାର୍ଯ୍ୟ ଗତକାଲି ସଂଘର ସମସ୍ତ ସଦସ୍ୟମାନେ ଛତ୍ରପୁର ନିକଟ ତାମ୍ପରା ହ୍ରଦ ପରିସରରେସଫେଇ କରିଛନ୍ତି । ପ୍ରାୟ ଦିନତମାମ ସଂଘର ସଦସ୍ୟମାନେ ତାମ୍ପରା ହ୍ରଦ ପରିସରରେ ଥିବା ଅଳିଆ, ଆବର୍ଜନା ଓ ପ୍ଲାଷ୍ଟିକ ବୋତଲ ସଫେଇ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଘର ସାଧାରଣ ସମ୍ପାଦକ ଜଲାଲ ଖାନ, କେ. ମାଧବ , ମହେଶ ଗୌଡ , ଅଭିଷେକ ପଟ୍ଟନାୟକ , ସୁବୋଧ ସୁମନ ସ୍ୱାଇଁ, ଲିଙ୍ଗା ରେଡି, ମାଧବ ରାଓ, ଶିବପ୍ରସାଦ ବେହେରାଙ୍କ ସମେତ ବହୁ ଯୁବକ ସାମିଲ ହୋଇଥିଲେ । ସଂଘର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏହାସହ ଇଜୁ ଆମିନ ଖାନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ମଧ୍ୟ ଅଂଚଳବାସୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ