କ୍ରାନ୍ତି ଯୁବ ଛାତ୍ରସଂଘ ପକ୍ଷରୁ ରିଲିଫ ସହାୟତା
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : କ୍ରାନ୍ତି ଯୁବ ଛାତ୍ରସଂଘ ପକ୍ଷରୁ ଓଡିଶାର ଦୃବିପାକ ବିପର୍ଯ୍ୟସ୍ତ ସମୟରେ ଏତିହାସିକ କର୍ତବ୍ୟ ପାଳନ କରିବା ନିମନ୍ତେ ରିଲିଫ ସହାୟତା ପାଇଁ ସଂଗଠନ ପକ୍ଷରୁ ଏକ ଟିମ୍ ପୁରୀ ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପୁରୀ ଜିଲ୍ଲାର ମୂଖ୍ୟତଃ ବ୍ରହ୍ମଗିରି ସଦର କୃଷ୍ଣ ପ୍ରସାଦର ବିଭିନ୍ନ ବ୍ଲକ ଓ ବସ୍ତିରେ ସେବା ଦିଆଯାଇଥିଲା । ବିଭିନ୍ନ ଗ୍ରାମରେ ଅବରୋଧ ହୋଇ ରହିଥିବା ଗଛ ଗୁଡ଼ିକୁ ମେସିନ ଯୋଗେ କଟାଯାଇଥିଲା । ପୋଖରୀ ମାନଙ୍କରେ ପୋଚି ଯାଇଥିବା ଗଛ ମାନଙ୍କୁ କାଟି ବାହାର କରାଯାଇ ବ୍ଲିଚିଗ ଆଉ ଚୁନ ଦିଆଯାଇଥିଲା ଏବଂ ବିଭିନ୍ନ ବସ୍ତିରେ ସଂଗଠନ ପକ୍ଷରୁ ରିଲିଫ ସାମଗ୍ରୀ ଦିଆଯିବ ସହ ରନ୍ଧା ଖାଦ୍ୟର ବ୍ୟବସ୍ଥା ହୋଇଥିଲା ଏବଂ ଅନେକାଂଶ ସମସ୍ୟା କୁ ସର୍ବେ କରି ପ୍ରଶାସନର ଦୃଷ୍ଟି ଗୋଚରକୁ ଅଣାଯାଇଥିଲା । ଏଥିରେ ସଂଗଠନର ସଭାପତି ଇଜୁ ଆମିନ୍ ଖାନ୍ , ସଂପାଦକ ଜଲାଲ ଖାଁନ, ମହେଶ ଗୌଡ, କୃଷ୍ଣ ନାହାକ, ଅଭିଷେକ ପଟ୍ଟନାୟକ, ରାଜୁ ରେଡି, କୃଷ୍ଣ ପ୍ରଧାନ, କେଦାର, ସେକ୍ ହାମିଦ୍, ଓ ସୁଚିତ୍ରା ହାତୀ ପ୍ରମୁଖ ସଂଗଠନର କର୍ମକର୍ତ୍ତା ଏହି ସେଛାକୃତ ସହାୟତାରେ ନିଜକୁ ନିୟୋଜିତ କରିଥିଲେ ।