କ୍ରିକେଟ ମ୍ୟାଚ ହେଲା କାଳ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ବଙ୍କା ଗ୍ରାମ ନିକଟ ପଡ଼ିଆରେ ଟଙ୍କା ବାଜି ରଖି କ୍ରିକେଟ ମ୍ୟାଚ ହେଉଥିବା ଖବର ପାଇ ବାଲିପଦର ପୋଲିସ ଚଢ଼ାଉ କରି ୩୪ ଟି ବାଇକ ଜବତ କରିଥିବା ଜଣାପଡ଼ିଛି। ଗୁରୁବାର ଦିନ ବଙ୍କା ଗ୍ରାମ ନିକଟରେ ଥିବା ପଡ଼ିଆରେ ବହୁ ପରିମାଣର ଟଙ୍କା ବାଜି ରଖି ବିଭିନ୍ନ ସହର ଓ ଗ୍ରାମରୁ ଭଲ କ୍ରିକେଟ ଖେଳାଳିଙ୍କୁ ଭଡାରେ ଆଣି କ୍ରିକେଟ ମ୍ୟାଚ ଚାଲିଥିଲା। ହଜାର ହଜାର ଟଙ୍କା ବାଜି ରଖି କ୍ରିକେଟ ମ୍ୟାଚ ଚାଲିଥିବା ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ, ପୋଲିସ ବାହିନୀ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୋଲିସ ଗାଡି ଆସିବ ଦେଖି କ୍ରିକେଟ ଖେଳାଳି ଓ ଖେଳ ଦେଖୁଥିବା ବ୍ୟକ୍ତିମାନେ ଦୌଡ଼ି ପଳାଇଥିଲେ। ଯାହା ଫଳରେ ପୋଲିସ ଖେଳ ପଡ଼ିଆରେ ଥିବା ୩୪ ଗୋଟି ବାଇକ ଜବତ କରି ବାଲିପଦର ଫାଣ୍ଡିକୁ ଆଣିଛନ୍ତି। ଏନେଇ ବାଲିପଦର ଫାଣ୍ଡି ଅଧିକାରୀ ଶ୍ରୀ ପୂଜାରୀଙ୍କ ସହ ଆଲୋଚନା ବେଳେ ସେ ପ୍ରକାଶ କରିଥିଲେ ଯେ ଆସନ୍ତାକାଲି ବାଇକ ମାଲିକଙ୍କ ଠାରୁ ଜରିମାନା ଆଦାୟ କରି ବାଇକ ଗୁଡିକୁ ଫେରାଇ ଦିଆଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ