କ୍ରିଷ୍ଣାନନ୍ଦ ଜିଲ୍ଲା ଯୁବ କଂଗ୍ରେସର ନୂତନ ମୁଖପାତ୍ର

ନାଉଗାଁ,(ଓ୍ବାଇଏନ୍ଏସ୍): ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ଓ ଜିଲ୍ଲାରେ ମୁଖପାତ୍ର ନିଯୁକ୍ତି ପାଇଁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ. ସ୍ମୃତିରଂଜନ ଲେଙ୍କା ଜାତୀୟ ଯୁବ କଂଗ୍ରେସ ସଭାପତିଙ୍କ ଅନୁମୋଦନ ପାଇଁ ନାମ ତାଲିକା ପଠାଇଥିଲେ । ଏଆଇସିସିର ଯୁବ କଂଗ୍ରେସ ଯୁଗ୍ମ ସଂପାଦକ କ୍ରିଷ୍ଣା ଆଲ୍ଲଭାରୁ ଓ ଜାତୀୟ ଯୁବ କଂଗ୍ରେସ ସଭାପତି ଶ୍ରିନିବାସ ବିଭି ଉକ୍ତ ତାଲିକାକୁ ଅନୁମୋଦନ କରିବା ପରେ ଉକ୍ତ ନାମ ତାଲିକା ପ୍ରକାଶ ପାଇଛି । ଏଥିରେ ନାଉଗାଁ ଅଂଚଳର ଯୁବ ସଂଗଠକ ତଥା କଂଗ୍ରେସର କ୍ରିଷ୍ଣାନନ୍ଦ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ମୁଖପାତ୍ର ଭାବେ ନୂଆ ନିଯୁକ୍ତି ମିଳିଛି । ଶ୍ରୀ ସାହୁ ଏହି ନିଯୁକ୍ତି ପାଇଁ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଂଜୀବି ବିଶ୍ୱାଳ, ପୂର୍ବତନ ସଂସାଦ ରଂଜୀବ ବିଶ୍ୱାଳ, ଓଡିଶା ଯୁବ କଂଗ୍ରେସ ସଭାପତି ଡଃ. ସ୍ମୃତିରଂଜନ ଲେଙ୍କା, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ଜଗତସିଂହପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ବିପ୍ଲବ ଚୌଧୁରୀ, ଓଡିଶା ଯୁବ କଂଗ୍ରେସ ପୂର୍ବତନ ସଂପାଦକ ଅଭିଳାଶ ମାଣିଆ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ରାଜ୍ୟ ଛାତ୍ର କଂଗ୍ରେସ ପୂର୍ବତନ ସଂଯୋଜକ ସୁନିଲ ମାଟିଆଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ