କ୍ରୀଡା ହିଁ ଯୁବପୀଢି ଙ୍କର ଆଦର୍ଶ
ଆରଡି, ( ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ଖେଳ ପଡିଆ ଠାରେ ଜୟ ଶ୍ରୀରାମ କ୍ରିକେଟ୍ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଏହି ମ୍ୟାଚ ଖେଳିବା ପାଇଁ ମଠଡିହ ଜୟ ଶ୍ରୀରାମ କ୍ରିକେଟ ଟିମ ଓ ବେତାଳିଗାଁ ଧୁଷୁରାଶୁଣୀ କ୍ରିକେଟ ଟିମ ଯୋଗ୍ୟ ବିବେଚିତ ହୋଇଥିଲେ । ଟସ ଜିଣି ପ୍ରଥମେ ମଠଡିହ କ୍ରିକେଟ ଟିମ ବ୍ୟାଟିଂ କରିବାର ନିଷ୍ପତି ନେଇଥଲେ ଓ ମଠଡିହ କ୍ରିକେଟ ଟିମକୁ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ୨୦ ଓଭରରେ ୧୭୦ ରନ ସଂଗ୍ରହ କରିଥିଲା । ୧୭୧ ରନର ପିଛା କରି ବେତାଳି ଗାଁ ୧୬.୩ ଟି ବଲରେ ଧାର୍ଯ୍ୟ ରନ ହାସଲ କରି ବିଜୟୀ ହୋଇଥିଲା । ଖେଳ ଶେଷରେ ଯୁବ ଖେଳାଳି ବାଜପାୟୀ ରାଜପାୟୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ କ୍ରୀଡା ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଦୀପ୍ତି ରଞ୍ଜନ ନାୟକ ମୂଖ୍ୟ ଅତିଥି, ସଫଳ ବ୍ୟବସାୟୀ ଶରତ ପଲାଇ ମୁଖ୍ୟ ବକ୍ତା, ଶିକ୍ଷାବିତ ମିହିର ନାୟକ ଓ ବରିଷ୍ଠ ଶିକ୍ଷକ ଦିଲ୍ଲୀପ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡା ହିଁ ଯୁବପିଢୀଙ୍କର ଆଦର୍ଶ ଓ ଏହାକୁ ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ । ବେତାଳି ଗାଁ ଟିମର ଖେଳାଳୀ ବିକାଶ ବାରିକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଓ ମଠଡିହ ଟିମର ଦୀପକ ମହାପାତ୍ରଙ୍କୁ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରାଯାଇଥିଲା ।ମୁଖ୍ୟ ବକ୍ତା ଶ୍ରୀ ପଲାଇ ରନରସ୍ ଅପ ଟ୍ରଫି ସହ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ଚମ୍ପିଆନ ଟ୍ରଫି ସହ ୨୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ଟୁର୍ନାମେଣ୍ଟ ଆୟୋଜକ କାହ୍ନା ଠାକୁର ଓ ଜେ.ପି. ପଲାଇ ସମସ୍ତ ମ୍ୟାଚ ପରିଚାଳନା କରିଥିଲେ । ଚିନ୍ମୟ ସୁତାର, ଚନ୍ଦନ ନାୟକ, କୁନାଲ ବାରିକ, ସାହିଲ ନାୟକ,ବୁଲା ମହାଳିକ ପ୍ରମୁଖ ଟୁର୍ନାମେଣ୍ଟରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।