‘କ୍ରେଜି-ଫୋର୍‌’ରେ ସୂରମୟୀ

ଭୁବନେଶ୍ବର : ଚଳିତ ବର୍ଷ ଏକ ନୂଆ ସିନେମାରେ ଆସୁଛନ୍ତି ସୂରମୟୀ । ଏହାର ଟାଇଟଲ ରହିଛି ‘କ୍ରେଜି-ଫୋର୍‌’ । ଏହି ସିନେମାରେ ଚାରିଜଣ କ୍ରେଜି ଲୋକଙ୍କୁ ଦେଖିବାକୁ ମିଳିବ । ଏମାନଙ୍କ ଭିତରୁ ଜଣେ ହେଲେ ସୂରମୟୀ । ଏହି ଫିଲ୍ମରେ ସୂରମୟୀଙ୍କ ବ୍ୟତୀତ ଅନ୍ୟ ଯେଉଁ ତିନିଜଣ କ୍ରେଜି ଭୂମିକାରେ ଅଛନ୍ତି, ସେମାନେ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ଟେଲି ଜଗତର ଜଣାଶୁଣା ଅଭିନେତା ଶୁଭାଶିଷ ଶର୍ମା ଏବଂ ଓଲିଉଡର ଜଣାଶୁଣା ନାୟକ ଅଭିଷେକ । ‘କ୍ରେଜି-ଫୋର’ର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ସମରାଜ୍‌ । କେ. ରଞ୍ଜନ ଏହାର ପ୍ରଯୋଜନାରେ ଅଛନ୍ତି । ଓଲିଉଡର ଜଣାଶୁଣା ନାୟିକା ସୂରମୟୀଙ୍କର ଗତବର୍ଷ ଦୁଇଟି ସିନେମା ରିଲିଜ୍‌ ହୋଇଥିଲା । ହେଲେ ଏବର୍ଷ ତାଙ୍କର ପଛକୁ ପଛ ଦୁଇଟି ଓଡ଼ିଆ ଛବି ପରଦାକୁ ଆସୁଛି । ଗତବର୍ଷ ତାଙ୍କ ଅଭିନୀତ ‘କ୍ରିଷ୍ଣା’ ଏବଂ ‘ମିଷ୍ଟର ମଜନୁ’ ରିଲିଜ୍‌ ହୋଇଥିଲା । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌. ଚନ୍ଦ୍ରକାନ୍ତ । ସୂରମୟୀଙ୍କର ପ୍ରଥମ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ହେଲା ‘ଭଲ ପାଏ ତତେ ୧୦୦ରୁ ୧୦୦’ । ଏଥିରେ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ସୂରମୟୀ । ସୂରମୟୀ ‘ଆଖି ଖୋଲିଲେ ତୁ ହିଁ ତୁ’, ‘ଶକ୍ତି’, ‘କ୍ରିଷ୍ଣା’ ଏବଂ ‘ମିଷ୍ଟର ମଜନୁ’ ଆଦି ସିନେମାରେ ନାୟିକା ଭୂମିକାରେ ନଜର ଆସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ