ଆଜିଠୁ ବଢିବ ଶୀତ
ଭୁବନେଶ୍ୱର : ସୋମବାର ଅର୍ଥାତ୍ ଆଜିଠାରୁ ବଢିବ ଶୀତ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି। ଗତ ଦୁଇ ଦିନ ହେବ ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ଆକାଶ ମେଘମୁକ୍ତ ହୋଇଛି। ମାତ୍ର ପୁଣି ଆଜିଠାରୁ ଶୀତର ପରିମାଣ ବଢିବ ବୋଲି ଜଣାପଡ଼ିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪ ରୁ ୬ ଡ଼ିଗ୍ରୀ କମିବା ସହ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ହ୍ରାସ ପାଇବ। ଏହାସହ ଉପକୂଳ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ଅନୁଭୂତ ହେବା ନେଇ ସୂଚନା ମିଳିଛି।


