କ୍ରେଡ଼ିଟ୍ କାର୍ଡ଼ରେ ଲେଟ୍ ପେମେଣ୍ଟଣ୍ଟ ଚାର୍ଜ ବଢ଼ାଇଲା ଏଚ୍ଡ଼ିଏଫ୍ସି 

ନୂଆଦିଲ୍ଲୀ, (ଏଜେନ୍ସି): ଘରୋଇ କ୍ଷେତ୍ରର ସର୍ବବୃହତମ ବ୍ୟାଙ୍କ୍ ଏଚ୍ଡ଼ିଏଫ୍ସି ବ୍ୟାଙ୍କ୍ ଏହାର କ୍ରେଡ଼ିଟ୍ କାର୍ଡ଼ରେ ଲେଟ୍ ପେମେଣ୍ଟ ଚାର୍ଜ ବୃଦ୍ଧି କରିଛନ୍ତି । ତେବେ ଏହି ବର୍ଦ୍ଧିତ ଚାର୍ଜ ଏପ୍ରିଲ ୧ଠାରୁ ଲାଗୁ ହେବ । ଏଚ୍ଡ଼ିଏଫ୍ସି ନିଜ ୱେବ୍ସାଇଟ୍ରେ ଏହି ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି । ଏହି ସୂଚନାନୁସାରେ ଇନ୍ଫିନିୟା କାର୍ଡ଼କୁ ଛାଡ଼ି ଅନ୍ୟ ସମସ୍ତ ପ୍ରକାରର କ୍ରେଡ଼ିଟ୍ କାର୍ଡ଼ରେ ନୂଆ ଚାର୍ଜ ଲାଗୁ ହେବ । ଯଦି ଡ୍ୟୁ ଡେଟ୍ ପର୍ଯ୍ୟନ୍ତ କ୍ରେଡ଼ିଟ୍ କାର୍ଡ଼ ବିଲ୍ର ସର୍ବନିମ୍ନ ଆମାଉଣ୍ଟ ମଧ୍ୟ ପେମେଣ୍ଟ କରାନଯାଏ ଅଥବା ବ୍ୟାଙ୍କ୍ କାର୍ଡ଼ ଆମାଉଣ୍ଟରେ ଡ୍ୟୁ ଡେଟ୍ ପର୍ଯ୍ୟନ୍ତ ପେମେଣ୍ଟର ମୂଲ୍ୟ କ୍ରେଡ଼ିଟ୍ ନହେଲେ ଲେଟ୍ ପେମେଣ୍ଟ ଚାର୍ଜ ଆଦାୟ କରାଯାଇଥାଏ । ପ୍ରକାଶ ଯେ ଲେଟ୍ ପେମେଣ୍ଟ ଚାର୍ଜ ଇନ୍ଫିନିଆ କ୍ରେଡ଼ିଟ୍ କାର୍ଡ଼ରେ ଆଦାୟ କରାଯିବ ନାହିଁ । ଅର୍ଥାତ୍ ୫୦୦ ଟଙ୍କାରୁ ଅଧିକ ଡ୍ୟୁ ଡେଟ୍ ଆମାଉଣ୍ଟରେ ଏପ୍ରିଲ୍ ୧ଠାରୁ ଅଧିକ ଚାର୍ଜ ଦେବାକୁ ହେବ । ଅତିରିକ୍ତ ମୂଲ୍ୟ ମହଜୁଦ୍ ଚାର୍ଜ ତୁଳନାରେ ୨୦୦ଟଙ୍କା ଅଧିକ ହେବ । ଚାର୍ଜରେ ଅଧିକ ବୃଦ୍ଧି ୨୫ହଜାର ଟଙ୍କାରୁ ଅଧିକର ଡ୍ୟୁ ଆମାଉଣ୍ଟରେ ଲାଗୁ ହେବ । ବର୍ତ୍ତମାନ ଏହି ମୂଲ୍ୟରେ ୭୫୦ଟଙ୍କା ଲେଟ୍ ପେମେଣ୍ଟ ଚାର୍ଜ ଲାଗିଥାଏ । ଯାହାକି ଏପ୍ରିଲ୍ ୧ଠାରୁ ୨୦୦ ଟଙ୍କା ବୃଦ୍ଧି ପାଇ ୯୫୦ଟଙ୍କା ହୋଇଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ