କ୍ରୋଧକୁ କିପରି କରିବେ ନିୟନ୍ତ୍ରଣ?
ମଣିଷର ସବୁଠାରୁ ବଡ ଶତ୍ରୁ ହେଛଛି କ୍ରୋଧ । କ୍ରୋଧ ସମୟରେ ବ୍ୟକ୍ତି ତା ନିଜର ହିତାହିତ ଜ୍ଞାନକୁ ଭୁଲିଯାଇଥାଏ । ଯାହା ଫଳରେ ସେ ନିଜ ସହ ଅନ୍ୟର ମଧ୍ୟ କ୍ଷତି ପହଞ୍ଚାଇଥାଏ । ରାଗୁଥିବା ବ୍ୟକ୍ତିଙ୍କ ପାଖରୁ ସମସ୍ତେ ଦୂରେଇ ରୁହନ୍ତୁ । କ୍ରୋଧ କେବଳ ଅସୁବିଧା ସୃଷ୍ଟି କରିବନି, ଅନେକ ଶାରୀରିକ ଓ ମାନସିକ ସମସ୍ୟା ମଧ୍ୟ ସୃଷ୍ଟି କରେ । ଆପଣ ମଧ୍ୟ ଏହି ପରିସ୍ଥିତିର ସାମ୍ନା କରୁଛନ୍ତି କି? ତେବେ ଆସନ୍ତୁ ଜାଣିବା କିଛି ବାସ୍ତୁଟିପ୍ସ । ଯାହାକୁ ଆପଣାଇଲେ କ୍ରୋଧ ଦୂର ହୋଇପାରିବ ।
ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ଦ୍ୱାରା ମୁଣ୍ଡ ଥଣ୍ଡା ରହେ ।
ଘରେ ଲାଲ ରଙ୍ଗର ପ୍ରୟୋଗ କରନ୍ତୁ ନାହିଁ । ଲାଲ ରଙ୍ଗର ଚାଦର କିମ୍ବା ପରଦା ମଧ୍ୟ ବ୍ୟବହାର କରନ୍ତୁ ନାହିଁ ।
ଘରର କୌଣସି କୋଣରେ ଅଳିଆ ରଖନ୍ତୁ ନାହିଁ । ଏହା ରାଗକୁ ଉସକାଇଥାଏ ।
ପୂର୍ବ ଦିଗରେ ଭାରି ଜିନିଷ ରଖନ୍ତୁ ନାହିଁ ।
ସନ୍ଧ୍ୟା ସମୟରେ ଘରେ ଧୂପ ଅଗରବତୀ ଜଳାନ୍ତୁ ।
ରାଗ ଆସିବା ସମୟରେ ଓଲଟା ଗଣିବା ଆରମ୍ଭ କରିଦିଅନ୍ତୁ ।
ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରନ୍ତୁ, କ୍ରୋଧ ଉପରେ ନିୟନ୍ତ୍ରଣ ରହିବ ।