କ୍ଲବ ଘର ଛାତ ଭୁସୁଡି ସ୍କୁଟି ଚାଳକ ଗୁରୁତ୍ତର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୧୦ନମ୍ବର ୱାର୍ଡର ବାସୁଳେଇ କ୍ଲବ ଛାତର କିଛି ଅଂଶ ବୁଧବାର ସକାଳେ ହଠାତ ଭୁସୁଡି ପଡିଥିଲା । ସେତିକି ବେଳେ ସେହି ରାସ୍ତାଦେଇ ଏକ ନୀଳରଙ୍ଗର ସ୍କୁଟିରେ ଯାଉଥିବା ଜନୈକ ବ୍ୟକ୍ତିଙ୍କ ଉପରେ ଭୁସୁଡି ପଡିଥିବା ଛାତର ଅଂଶ ଖସିପଡିବାରୁ ତାଙ୍କୁ ଗୁରୁତ୍ତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍ଗୀନ ହୋଇପଡିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସ୍କୁଟି ଚାଳକଙ୍କ ପରିଚୟ ମିଳିପାରିନାହିଁ ।