କ୍ଲଷ୍ଟରସ୍ତରୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଜାତୀୟ ଶିକ୍ଷା ନୀତି -୨୦୨୦ ଆଧାରରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତାକୁ ଆସନ୍ତା ୨୦୨୬-୨୭ ଶିକ୍ଷା ବର୍ଷ ସୁଦ୍ଧା ଶତପ୍ରତିଶତ ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ବିଭିନ୍ନ କାର୍ଯ୍ୟଧାରା ଜାରି ରହିଛି। ଏହି ଯୋଜନାକୁ ସଫଳ କରିବା ଦିଗରେ ଶିଶୁମାନଙ୍କ ପିତାମାତା, ପରିବାରର ସମସ୍ତ ସଦସ୍ୟ ଓ ସ୍କୁଲ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ନିମନ୍ତେ ବିଦ୍ୟାଳୟସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ଗୋପ ବ୍ଲକ ଅନ୍ତର୍ଗତ ଭୈରବ ନୋଡାଲ କ୍ଲଷ୍ଟର ପକ୍ଷରୁ କୋଣାର୍କ ନିକଟ ରୁଦ୍ରାୟଣୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶୁକ୍ରବାର କ୍ଲଷ୍ଟରସ୍ତରୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସିଆରସିସି ରବୀନ୍ଦ୍ରନାଥ ବାହିନୀପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଭିଭାବକ, ଏଫ୍ଏଲ୍ଏନ୍ ଛାତ୍ରଛାତ୍ରୀ, ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ପଞ୍ଚାୟତିରାଜ ପ୍ରତିନିଧିମାନେ ଯୋଗ ଦେଇଥିଲେ। ରୁଦ୍ରାୟଣୀ ନୋଡାଲ ୟୁପିଏସର ପ୍ରଧାନଶିକ୍ଷୟିତ୍ରୀ ପ୍ରଭାସିନୀ ଭଟ୍ଟଙ୍କ ପୌରୋହିତ୍ୟରେ ଆୟୋଜିତ ସଚେତନତା କର୍ମଶାଳାରେ ଅତିଥିଭାବେ ସିମିଳି ପଞ୍ଚାୟତ ସରପଞ୍ଚ ବିଶ୍ୱଜିତ ସ୍ୱାଇଁ, ନାଏଵ ସରପଞ୍ଚ ରଜନୀ ସେଠ୍, ମାଟିଆପଡା ନୋଡାଲ ୟୁପିଏସ ପ୍ରଧାନଶିକ୍ଷକ ସମ୍ରାଟ ଭଞ୍ଜ ଭୋଇ, ସିଂଘପାନିଆ ସିଆରସିସି ସୁଚରିତା ପାତ୍ର, ସମାଜସେବୀ ରାମକୃଷ୍ଣ ମହାନ୍ତି, ସ୍କୁଲ ପରିଚାଳନା କମିଟି ସଭାପତି ଜଟାଧାରୀ ପରିଡ଼ା, ପ୍ରଧାନଶିକ୍ଷକ ଗଙ୍ଗାଧର ରାଉତ, ପ୍ରଧାନଶିକ୍ଷକ କାଳନ୍ଦୀ ଚରଣ ଜେନା ପ୍ରମୁଖ ଯୋଗଦେଇଥିଲେ। ଆୟୋଜିତ କର୍ମଶାଳାରେ ଶିଶୁମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲ ଦିଗରେ ପିତାମାତାଙ୍କର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା ହେଵା ସହିତ ସମସ୍ତଙ୍କୁ ଏ ସଂପର୍କିତ ଲିଫଲେଟ୍ ବିତରଣ କରାଯାଇଥିଲା। ଶିଶୁମାନଙ୍କ ଦ୍ଵାରା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଂପର୍କିତ ଶବ୍ଦ ଓ ଗଣିତ ଖେଳ ପ୍ରଦର୍ଶନ କରାଯାଇଥିଲା। ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ସିଆରସିସି ରବୀନ୍ଦ୍ରନାଥ ବାହିନୀପତି ସମସ୍ତଙ୍କୁ ଶପଥପାଠ କରାଇଥିଲେ। ସମର୍ପିତ ଶିକ୍ଷୟିତ୍ରୀ ନିବେଦିତା ସ୍ୱାଇଁ, ତେଜସ୍ୱିନୀ ପରିଡ଼ା, ଵାନାମ୍ଵର ବେହେରା, ଅଙ୍ଗନବାଡ଼ି କର୍ମୀ ରଶ୍ମୀରଂଜନ ଜେନା, ଅଙ୍ଗନବାଡି କର୍ମୀ ସୁଚିତ୍ରା ଦେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ