କ୍ଲଷ୍ଟରସ୍ତରୀୟ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ବୈଠକ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସରକାରୀ ତେଲୁଗୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲାସ୍ତରୀୟ ବିଷୟବସ୍ତୁ ଆଲୋଚିତ ଓ ଅବଗତ କରାଯାଇଥିଲା । ବୈଠକରେ ନିମ୍ନ ଲିଖିତ ବିଷୟବସ୍ତୁ ଆଲୋଚନା କରାଯାଇ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ କୁହାଯାଇଥିଲା: ଅଚାନକ ପରିଦର୍ଶନ ପ୍ରତିଦିନ ମନିଟରିଂ ଅଫିସର କରିବେ, ୨୦୧୮-୧୯, ୨୦୧୯-୨୦, ସମସ୍ତ ୟୁ.ସି, ସି.ଆର.ସି.ସିଙ୍କୁ ହସ୍ତାନ୍ତର କରିବା, ଲାଇବ୍ରେରି କର୍ଣ୍ଣର କରାଯିବା ପାଇଁ ଅବଗତ କରାଗଲା । ଉପରୋକ୍ତ ବିଷୟ ଗୁଡିକ ମନିଟରିଂ ଅଫିସରଗଣ ତଦାରଖ କରାଯିବା ପାଇଁ ନିଷ୍ପତ୍ତି ହୋଇଛି, ଅନଲାଇନ ସିଏଲ ଅପ୍ଲିକେସନ କରି ଉପରିସ୍ଥଅଫିସରଙ୍କୁ ପ୍ରଦାନକରିବେ । (ସିଆରସିସି ଏବଂ ବିଇଓ) ଏପମନିଟରିଂ ବିଷୟରେ ଅବଗତ କରାଗଲା । ଗରିବା ଆଓା୍ୱଡ ତା୧୯ା୨ା୨୦୨୦ରିଖରେ ପରୀକ୍ଷା, ଏସଏ-୧୧ପରୀକ୍ଷା ମାର୍ଚ୍ଚ ୧୭.୦୩.୨୦୨୦ ଠାରୁ ତା୨୧.୦୩.୨୦୨୦ରିଖ ଯାଏ ହେବାକୁ ସମୟ ନିର୍ଘଣ୍ଟ ଯୋଗାଇ ଆଲୋଚିତ କରାଯାଇଥିଲା । ପ୍ରତିଦିନ ଛାତ୍ରଛାତ୍ରୀ ଏବଂ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥାନ ସକାଳ ୧୧ଘଣ୍ଟା ସୁଧା କ୍ଲଷ୍ଟର ଗ୍ରୁପରେ ଟାଇପ କରି ଛାଡିବେ । ଏହା ସହ ମୋ ସ୍କୁଲ ଅଭିଯାନ ସମ୍ପର୍କୀତ ବିଷୟବସ୍ତୁ ବିଷୟରେ ଆଲୋଚନା କରାଯାଇଥିଲା ।


