କ୍ଲଷ୍ଟର ସ୍ତରୀୟ ପ୍ରଦର୍ଶନୀ ମେଳା
ବେଲଗୁଣ୍ଠା ,(ସନ୍ତୋଷ ବିଷୋୟୀ) : ବେଲଗୁଣ୍ଠା ଅନ୍ତର୍ଗତ ନେଟେଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ନେଟେଙ୍ଗା ଗ୍ରାମପଂଚାୟତର ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା ଉଦଘାଟନ କରିବା ସହ ଦୀପ ପ୍ରଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ମୋଟ ଶହେରୁ ଅଧି୍କ ମେଳାରେ ଶିକ୍ଷଣୀୟ ସାମଗ୍ରୀ ଗୁଡିକୁ ମେଳାରେ ପ୍ରଦର୍ଶନୀ କରିଥିଲେ । ସରପଞ୍ଚ ଓ ସାଧନ କେନ୍ଦ୍ର ସଂଯୋଜକ ଏହି ମେଳାରେ ୧୦ ଗୋଟି ସାମ୍ଗ୍ରୀକୁ ବ୍ଲକ ସ୍ତରୀୟ ମେଳାରେ ପ୍ରଦର୍ଶନ କରିବା ପାଇଁ ମନୋନୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧନ କେନ୍ଦ୍ର ସଂଯୋଜକ ସୁଧିର କୁମାର ଦାସ , ସରପଞ୍ଚ ସମେତ ଶିକ୍ଷକ ସୁରେନ୍ଦ୍ର ବାଡତ୍ୟା ,ତ୍ରିଲୋଚନ୍ ଲେଙ୍କା ,ଗୈାରଚନ୍ଦ୍ର ପରିଡା ,ବିର୍ଷ୍ଣୁପ୍ରିୟା ଲେଙ୍କା, କାର୍ଯ୍ୟକ୍ମରେ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ପ୍ରଧାନଶିକ୍ଷକ ଜୟ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ।