କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତୁଣପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନୀଳିମା ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ ମୁଖ୍ୟ ଅତିଥି ଏବଂ ବଗଡା ଗ୍ରାମପଞ୍ଚାୟତର ସରପଞ୍ଚ ସୁବନି ସାହୁ, ସମତିସଭ୍ୟା ସୈାଦାମିନୀ ଦାସ, ସି.ଆର.ସି.ସି. ଅଚ୍ୟୁତାନନ୍ଦ ସାମଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନସରଞ୍ଜନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ମହୋତ୍ସବ ସୁରଭିର ଆୟୋଜନ ଦ୍ୱାରା ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକଶିତ ହେଉଥିବା ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମିଲେଟ ପ୍ରତିଯୋଗିତା ଓ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ଗୋଷ୍ଠିନୃତ୍ୟ, ସଂଗୀତ ପ୍ରଭୃତି ବିଭାଗରେ କୃତିତ୍ୱ ଅର୍ଜ୍ଜନ କରିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । କ୍ରୀଢା ଶିକ୍ଷକ ଉମାକାନ୍ତ କର ମଞ୍ଚପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲଷ୍ଟରର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।