କ୍ଲିନିକରେ ପଶି ଡାକ୍ତରଙ୍କୁ ଗୁଳି କଲେ ଦୁବୁର୍ତ୍ତ
ଖୋର୍ଦ୍ଧା ,( ଜିତେନ୍ଦ୍ର ସାହୁ ): ଖୋର୍ଦ୍ଧା ଜିଲ୍ଲାର ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କ କ୍ଲିନିକରେ ଦୁଇ ଜଣ ଦୁର୍ବୁତ୍ତ ପଶି ମାନସ ଉପରଙ୍କୁ ଗୁଳିମାଡ କରିଛନ୍ତି । ଏଥିସହ ଡାକ୍ତର ଙ୍କର ସହଯୋଗୀ ମଧ୍ୟ ଆହାତ ହୋଇଥିବା ଜଣାପଡିଛି । ଡାକ୍ତର ମାନସ ଦାସଙ୍କ ପେଟରେ ଗୁଳି ବାଜିଛି । ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରବା ସହ ତଦନ୍ତ ଜାରୀ ରଖିଛି । ଅନ୍ୟ ପଟେ ଖୋର୍ଦ୍ଧା ଏସପି ଖବର ପାଇ ଅଭିଯୁକ୍ତ ମାନଙ୍କୁ ଧରିବା ନିମନ୍ତେ ସମସ୍ତ ରାସ୍ତା ସିିଲ୍ କରିଦିଆଯାଇଥିବା ଜଣାପଡିଛି ।