କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ସମସ୍ତ ସ୍କୁଲ ଗୁଡିକକୁ ନେଇ ଗଠିତ ବିଭିନ୍ନ କ୍ଳଷ୍ଟରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି।ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣ ଓ କଳାକୁ ପରିପ୍ରକାଶ କରିବା ସହିତ ସେମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ ନେଇ ଆରମ୍ଭ ହୋଇଛି ଏହି ଶିଶୁ ମହୋତ୍ସବ। ଏହି ଅବସରରେ ଏହି ଶିକ୍ଷା ବ୍ଳକ ଅନ୍ତର୍ଗତ ବାଲିଦୋକାନ ଓ ଧନିତ୍ରୀରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବାଲିଦୋକାନ କ୍ଲଷ୍ଟର ନିମନ୍ତେ ବଟେଶ୍ଵର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ରାୟ ଓ ସିଆରସିସି ସସ୍ମିତା ତ୍ରୀପାଠୀଙ୍କ ତତ୍ତ୍ଵାବଧାନରେ କ୍ଲଷ୍ଟର ଅନ୍ତର୍ଗତ ୧୧ ଟି ସ୍କୁଲର ପ୍ରାୟ ୭୦ ଜଣ ପ୍ରତିଯୋଗୀ ଯୋଗ ନେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେଥି ମଧ୍ୟରୁ ଜୁନିଅର ବର୍ଗରୁ ୬ଜଣ ଓ ସିନିୟର୍ ବର୍ଗରୁ ୮ ଜଣ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ବିଜେତା ମାନଙ୍କୁ ବ୍ଲକ୍ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। କୃତି ପ୍ରତିଯୋଗୀ ମାନଙ୍କୁ ସ୍କୁଲ୍ ପକ୍ଷରୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ବିପିନି ବିହାରୀ ନନ୍ଦୀ, ବିଶ୍ୱଜିତ ରାଉତରାୟ, ପଙ୍କଜ ବିଶ୍ବାଳ, ଶିକ୍ଷୟତ୍ରୀ ସସ୍ମିତା ମହାନ୍ତି, ପ୍ରଣତି ସାହୁ ଓ କଲ୍ୟାଣୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ଭାବେ ଧନିତ୍ରୀରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସିଆରସିସି ଦେବାଶିଷ ବାହିନୀପତି ଓ ପ୍ରଧାନଶିକ୍ଷକ ଉମା ଶଙ୍କର ଶତପଥୀଙ୍କ ତତ୍ତ୍ଵାବଧାନରେ ଆୟୋଜନ କରାଯାଇଥିଲା। ୭ଟି ସ୍କୁଲର ୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୪ ଜଣ ବ୍ଳକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମକୁ ମନୋନୀତ ହୋଇଛନ୍ତି। ଶିକ୍ଷକ ସମ୍ପଦ କୁମାର ଦାସ, ହୃଦାନନ୍ଦ ବେହେରା ଓ ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ