କ୍ଷତିଗ୍ରସ୍ତ ଦଳିତ ପରିବାର କୁ ଭେଟିଲେ ନିୟୁ ଦିଲ୍ଲୀର ଏନସିଡିଏଚଆର ସଦସ୍ୟ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖର ପଂଚାୟତର ଅଙ୍ଗେଶ୍ୱର ପଡା ଓ ନୂଆଗାଁ ପଂଚାୟତ ଖଇରାବସ୍ତରେ ଥିବା ଦଳିତ ପରିବାରକୁ ଗୁରୁବାର ନିୟୁ ଦିଲ୍ଲୀ ସ୍ଥିତ ଏନ ସିଡି ଏଚଆର ସଦସ୍ୟ ଙ୍କ ସମେତ ଜଗତସିଂହପୁର ଜିଲା ଦଳିତ ବିକାଶ ପରିଷଦର ସଦସ୍ୟ ଭେଟିଥିଲେ । ବାତ୍ୟାରେ କ୍ଷତି ଗ୍ରସ୍ତ ହୋଇଥିବା ପରିବାରକୁ ରିଲିଫ ପ୍ରଦାନ ଓ ସେମାନଙ୍କ ର ଥିବା ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ପ୍ରଶାସନ ପକ୍ଷରୁ ବାତ୍ୟା ଫନି ପାଇଁ ସେମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଠିକ ଭାବେ ଖାଦ୍ୟ ,ପଦାର୍ଥ ଦିଆଯାଇ ନଥିବା ଦଳିତ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ।ସେହିପରି ବାତ୍ୟା ର ୧୫ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ପଲିଥିନ ପ୍ରଦାନ କରାଯାଇ ନଥିବା ସେ ପ୍ରକାଶ କରିଥିଲେ । ଭୂମି ହିନ ମାନଙ୍କ ପାଇଁ ସରକାର ଙ୍କ ତରଫରୁ ବସୁନ୍ଧରା ଯୋଜନାରେ ଜମି ପଟ୍ଟା ବଂଟନ କରାଯାଉ ଥିଲେ ଉକ୍ତ ବ୍ଳକରେ ଅନେକ ପରିବାର ଜମି ପଟ୍ଟା ପାଇବାରୁ ବଂଚିତ ହୋଇଛନ୍ତି । ଯାହା ଫଳରେ ସେମାନେ ସ୍ଥାୟୀ ବାସ ଗୃହ ନିର୍ମାଣ କରି ପାରୁନାହନ୍ତି । ବାତ୍ୟା ଆଦି ପ୍ରାକୃତିକ ଦୁର୍ବିପାକରେ ସେମାନଙ୍କୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଥିବା ଜଣାଯାଇଛି । ଯଥା ଶୀଘ୍ର ଜମି ପଟ୍ଟା ପ୍ରଦାନ ଓ ସ୍ଥାୟୀ ବାସ ଗୃହ ଯୋଗଇ ଦେବା ପାଇଁ ସେମାନେ ଦାବି କରିଥିଲେ । ଦିଳିତ ପରିବାରର ଦାବି ଗୁଡିକ ଉପରେ ଏନସିଡିଏଚଆର ସଦସ୍ୟ ଧ୍ୟାନ ଦେବା ସହ ମୈାଳିକ ସମସ୍ୟା ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ନିୟୁ ଦିଲ୍ଲୀର ଏନସିଡିଏଚଆର ଲେସିଲ ମାର୍ଟିନ, ମିଷ୍ଟର ରାଫିୁକ, ରାଜ୍ୟ ଆମ୍ବେଦକର ଲୋହିଆ ବିଚାର ମଂଚ ର ସଂଯୋଜକ ସଂଜୟ କୁମାର ମଲିକ,ସାଧାରଣ ସଂପାଦକ ଅକ୍ଷୟ କୁମାର ମଲିକ ଆଦି ଉପସ୍ଥିତ ଥିଲେ ।