କ୍ଷତିଗ୍ରସ୍ତ ପାନଚାଷୀଙ୍କୁ ସହାୟତାଦାବି

ନିମାପଡାତା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନିମାପଡା, କାକଟପୁର, ଅସ୍ତରଙ୍ଗ, ଗୋପ ଅଞ୍ଚଳ ପାନଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। ଏହି ଅଞ୍ଚଳ ର ହଜାର ହଜାର ଚାଷୀ ପାନ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ଗତ କିଛିବର୍ଷ ହେଲା ଉପକୂଳ ଅଞ୍ଚଳ ରେ ବାତ୍ୟା,ବନ୍ୟା ହୋଇ ପାନବରଜ ର ବ୍ୟାପକ କ୍ଷତି ଘଟିଥିବାରୁ ପାନ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ପାନଚାଷୀମାନେ ଅଣ୍ଟା ସଳଖି ଆସୁଥିବାବେଳେ ଗତ ଲଘୁ ଚାପ ଜନିତ ଲଗାଣ ବର୍ଷାରେ ବ୍ୟାପକ ବରଜ ରେ ପାଣି ଜମି ରହି ପାନଲଟା କୁ ସଢାଇ ଦେବା ଫଳରେ ପାନଚାଷୀ ମାନେ ମୁଣ୍ଡରେ ହାତ ଦେଇବସିଛନ୍ତି। ପୁଣିଥରେ ପାନଲଟା ସଂଗ୍ରହ କରି ନୂତନ ଭାବେ ରୋପଣ କରିବାକୁ ପଡ଼ିବ। ୩/୪ ମାସପରେ ପାନଲଟା ବଞ୍ଚିଲେ ପୁଣି ଥରେ ପାନପତ୍ର ଅମଳ ହୋଇପାରିବ। ବାରମ୍ବାର ପାନ ଚାଷୀ ମାନେ ପ୍ରାକୃତିକ ବିପର୍ଯ୍ୟୟ ରେ କ୍ଷତି ଗ୍ରସ୍ତ ହୋଇ ଆସୁଥିଲେ ମଧ୍ୟ ସରକାରୀ ସାହାଯ୍ୟପାଇପାରୁ ନାହାଁନ୍ତି। ଏଥିପାଇଁ ପୁରୀଜିଲ୍ଲା ଉପକୂଳ ଅଞ୍ଚଳ ରେ ପାନ ଚାଷ କରିବାକୁ ଆଉ ଚାଷୀମାନେ ଆଉ ଆଗ୍ରହ ପ୍ରକାଶ ପାଉନାହାନ୍ତି।ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ପାନଚାଷୀ ଙ୍କୁ ଚିହ୍ନଟ କରି ସରକାର ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ