କ୍ଷତିପୂରଣ ଦାବିରେ ତହସିଲ ଆଗରେ ଆଞ୍ଚଳିକ କୃଷକସଂଘ ବିକ୍ଷୋଭ ପ୍ରଦର୍ଶନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଲଗାତାର ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଫସଲର ସଠିକ୍ ଆକଳନ କରି କ୍ଷତିଗ୍ରସ୍ତ ଚାଷି ଓ ଭାଗଚାଷୀ ଙ୍କୁ କ୍ଷତିପୂରଣ ଯୋଗାଇଦେବା ସହ କ୍ଷତି ହୋଇଥିବା ଧାନ ର ଶତପ୍ରତିଶତ କ୍ଷତିପୂରଣ ଏକର ପିଛା ୩୦ ହଜାର ଟଙ୍କା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏକର ପିଛା ୩ ହଜାର ପ୍ରଦାନ କ୍ଷତିଗ୍ରସ୍ତ ଚାଷୀଙ୍କ ଠାରୁ ସିଧାସଳଖ ସରକାରି ମଣ୍ଡି ରେ ଏଫ୍ ଏ କ୍ୟୁ ବଦଳେ ଗ୍ରେଡ୍ ୧ ବ୍ୟବସ୍ଥା ରେ କ୍ରୟ କରିବା କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ରୁଣ ଛାଡ ଚାଷୀ ଭାଗଚାଷୀ ନାମମାତ୍ର ଚାଷୀ ଗୁତା ଚାଷି ନାମମାତ୍ର ଚାଷୀ ଭୂମିହୀନ ବାଦ୍ ପଡ଼ିଥିବା ପ୍ରକୃତ ଚାଷୀ ଙ୍କୁ ଧାନ ମଣ୍ଡି ରେ ପଞ୍ଜୀକରଣ କରିବା ରବିଫସଲ ପାଇଁ ମାଗଣା ବିହନ ସାର ଔଷଧ ପ୍ରଦାନ ପରିବା ଚାଷୀଙ୍କୁ ଏକର ପିଛା ୫୦ ହଜାର କ୍ଷତିପୂରଣ ଅର୍ଥ ପ୍ରଦାନ ଚାଷି ଭାଗଚାଷୀ ଙ୍କୁ ସର୍ବନିମ୍ନ ୧୦ ହଜାର ପେନସନ ପ୍ରଦାନ ଆଦି ଦାବୀ ନେଇ ସାନଖେମୁଣ୍ଡି ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ କଙ୍କୋରଡା, କୌଡ଼ିୟା, ବଉଳଝୁଳି, କରାଖଣ୍ଡି ଆଦି ଗ୍ରାମ ରୁ ହଜାର ରୁ ଉର୍ଦ୍ଧ୍ବ ଚାଷୀ ଆଜି ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ପାଟପୁର ବସଷ୍ଟାଣ୍ଡ ଠାରୁ ଚାଷୀମାନେ ବିଶାଳ ଶୋଭାଯାତ୍ରା ରେ ବାହାରି ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସଭାପତି ରୋହିତ ଦଳାଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ତ୍ରିନାଥ ମହାନ୍ତି ଉମାକାନ୍ତ ପଟ୍ଟନାୟକ ସନ୍ତୋଷ ପରିଡ଼ା ପାଣଦାସ ଅମିନଖୁଣ୍ଟିଆ ସଚିନ୍ଦ୍ରପ୍ରଧାନ ରଜନୀପରିଡ଼ା ଅରୁଣପାତ୍ର ବିଜୟନାହାକ ଲଡ଼ୁନାହାକ କାଳିଆନାହାକ ପଞ୍ଚାନନପଢ଼ିଆଳି ସହଦେବପରିଡ଼ାପ୍ରମୁଖ ଦାବୀ ସମ୍ବଳିତ ଆଲୋଚନା କରିଥିଲେ। ତହସିଲଦାର ଡ ଶ୍ରୀନିବାସ ବେହେରା ଚାଷୀଙ୍କ ବିକ୍ଷୋଭ ସଭାରେ ପହଞ୍ଚି ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧ୍ୟେଶରେ ଆଠ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର