କ୍ଷତିରେ ହଳଦି ଚାଷୀ

ରାଇକିଆ, (ଓ୍ବାଇଏନ୍ଏସ୍):କରନା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଜୀବନ ବଞ୍ଚାଇବାକୁ ଯାଇ ଏହାର ସିଧା ପ୍ରଭାବ ଜୀବିକା ଉପରେ ପଡ଼ିଛି । ବିଶେଷ କରି କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀ ସିଧସଳଖ ପ୍ରଭାବିତ ହୋଇଛନ୍ତି । କରନା ର ପ୍ରଭାବ କନ୍ଧମାଳ  ହଳଦୀ ଉପରେ ପଡ଼ିଛି । ଜାତୀୟ ଆନ୍ତର୍ଜତୀୟ ସ୍ତର ରେ ଖ୍ୟାତି ଲାଭ କରିଥିବା କନ୍ଧମାଳ ହଳଦୀ ଠାରୁ ଚାଷୀ ମୁହଁ ଫେରେଇବା ଆରମ୍ଭ କରିଛନ୍ତି । ଦର ହ୍ରାସ ଯୋଗୁଁ ଚଳିତ ବର୍ଷ କ୍ଷତି ସାହିଛନ୍ତି ।  ପରିଶ୍ରମ ତୁଳନା ରେ ଉଚିତ୍ ମୂଲ୍ୟ ମିଳୁ ନାହିଁ ।
କରୋନା ଯୋଗୁ ହଳଦୀ ମୂଲ୍ୟ ହ୍ରାସ ପାଇଛି। ପୂର୍ବ ବର୍ଷଗୁଡିକରେ ହଳଦୀ କି.ଗ୍ରା. ପ୍ରତି ଦର ୭୦ ରୁ ୯୦ ଟଙ୍କାରୁ ଊର୍ଦ୍ଧ୍ୱ ରହୁଥିଲା, ଏବେ ତାହା ହ୍ରାସ ପାଇ ୩୫ରୁ ୪୦ ଟଙ୍କାରେ ପହଞ୍ଚିଲାଣି। ପୂର୍ବରୁ ଆରଏମସି ପକ୍ଷରୁ ବଜାର ସୁବିଧା କରାଯିବା ସହ ବିକ୍ରି ପାଇଁ ସମସ୍ତ ବ୍ୟବସ୍ଥା କରା ଯାଉଥିଲା । ଚଳିତ ବର୍ଷ କରନା ଯୋଗୁଁ ଚାଷୀ ଙ୍କ ପାଖକୁ ଯାଇ କିଣିବା ପାଇଁ ଉଦ୍ୟମ କରା ଯାଇଥିଲା। ଏବେ ତାହା ବନ୍ଦ କରି ଦିଆଯାଇଛି। ଫଳରେ ଚାଷୀ ଶସ୍ତାରେ  ବିକ୍ରି କରୁଛନ୍ତି। ସ୍ଥାନୀୟ ହଳଦୀ ବ୍ୟବସାୟୀ ବିକ୍ରୟ ପାଇଁ ବ୍ରହ୍ମପୁର ଏବଂ କଟକ  ଉପରେ ନିର୍ଭର କରୁଥିଲେ। ସେଠିକାର ହୋଲ୍‌ସେଲ ବ୍ୟବସାୟୀ ପୂର୍ବଭଳି ହଳଦୀ ଷ୍ଟକ ରଖୁ ନ ଥିବା ଯୋଗୁ ଦର ଶସ୍ତା ହୋଇଥିବା କୁହାଯାଉଛି। ଅନ୍ୟ ପକ୍ଷରେ ବିଭିନ୍ନ କଟକଣା ଯୋଗୁଁ ଚାଷୀ ବଜାରକୁ ହଳଦୀ ଆଣି ବିକ୍ରି କରିବା ରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ