କ୍ଷତି ଗ୍ରସ୍ତ ଲୋକଙ୍କୁ ମିଳି ନାହିଁ ସହାୟତା

ବାଙ୍ଗିରୀପୋଷୀ,(ଶିବ ଶଙ୍କର ମାନ୍ନା):କ୍ଷତି ଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜାତୀୟ ରାଜପଥ ୪୯ ବନ୍ଦ। ବାଙ୍ଗିରିପୋଷି – ଝାରପୋଖରିଆ- ବିଶୋଇ ରାସ୍ତା ଅବରୋଧ। ଯଥା ଶୀଘ୍ର କ୍ଷତି ପୂରଣ ପ୍ରଦାନ ପାଇଁ ଦାବି। ମୟୂରଭଞ୍ଜ ଜିଲ୍ଲାର ଗତ ଦୁଇ ଦିନ ଧରି କାଳବୈଶାଖୀ ରଚିଲା ତାଣ୍ଡବ। ଯେଉଁଥିରେ ବାଙ୍ଗିରିପୋଷି, ବିଷୋୟୀ, କୁଳିଅଣା ଆଦି ବ୍ଲକରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ପବନ ସାଙ୍ଗକୁ କୁଆପଥର ମାଡ଼ରେ ଚାଳ ଛପର ଘର ଉଡ଼ି ଯିବା ସହ ବଡ଼ ବଡ଼ ଗଛର ଡାଳ ଭାଙ୍ଗି ଯିବାରୁ ବହୁ ଅନେକ କ୍ଷୟକ୍ଷତି ହୋଇଛି। ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ତେବେ ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡା ପଞ୍ଚାୟତର ଦୁଇଟି ଗ୍ରାମ ମୂଷାମାରୀ ଓ ପର୍ଶିଡି ଗାଁରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି. ଯେଉଁଥିରେ 11 ଟି ଘର ସମ୍ପର୍ଣ୍ଣ ନଷ୍ଟ ହେବା ସହ ଶତାଧିକ ଘର କ୍ଷୟକ୍ଷତି ହେବାର ଜଣା ପଡ଼ିଛି। ତା ସହିତ ଏକର ଏକର ପରିବା ଚାଷ ନଷ୍ଟ ହେଇଥିବାର ଦେଖିବାକୁ ମିଳିଛି।
ତେବେ ଦୁଇଦିନ ବିତିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ପାରିନି ସରକାରୀ ସହାୟତା। ଯେଉଁଥିପାଇଁ ଲୋକେ ବାଙ୍ଗିରିପୋଷି ଠାରେ ୪୯ ନମ୍ବର ଜାତୀୟ ରାଜପଥ ଦୀର୍ଘ ସମୟ ଅବରୋଧ କରିବା ସହ ଯଥା ଶୀଘ୍ର କ୍ଷତି ପୂରଣ ପାଇଁ ଦାବି କରିଛନ୍ତି।
ତେବେ ଏହି କ୍ଷତିଗ୍ରସ୍ତ ଅଞ୍ଚଳକୁ ରାଜସ୍ବ ମନ୍ତ୍ରୀଙ୍କ ଗସ୍ତ ଥିଲାବେଳେ ତାହା ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା।ଅନ୍ୟପଟେ ଦୀର୍ଘ ସମୟ ରାସ୍ତା ଅବରୋଧ ହେବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା ଉପ ଜିଲ୍ଲାପାଳ। ଲୋକଙ୍କୁ ଦୀର୍ଘ ସମୟ ବୁଝାସୁଝା କରିବା ପରେ ଏବଂ ଯଥାଶୀଘ୍ର ସମସ୍ତ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।ସେହିପରି ବିଶୋଇ ଅଞ୍ଚଳରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି।ଲୋକ ମାନେ ସରକାରୀ ସହାୟତା ନ ପାଇଁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେପଟେ ବାଙ୍ଗିରିପୋଷି ଏବଂ ବିଶୋଇ ବ୍ଲକରେ କାଳବୈଶାଖୀ ର ତାଣ୍ଡବ ରଚିବା ପରେ ସ୍ଥିତି ସମୀକ୍ଷା କରିବା ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ ପୂର୍ବତନ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି। ତେବେ ସ୍ଥିତି ଅନୁଧ୍ୟାନ କରିବା ପରେ ଲୋକଙ୍କ ପାଇଁ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ସୁଦାମ। ପୁର୍ବ ସରକାର ବିପର୍ଯ୍ୟୟ ସମୟରେ ପ୍ରଥମେ ଧ୍ୟାନ ଦେଉଥିଲେ ଜିରୋ କାଜୁଆଲ୍ଟି କୁ। କେବଳ ସେତିକି ନୁହେଁ ଲୋକଙ୍କ ପାଖରେ ସମସ୍ତ ସୁବିଧା କିପରି ପହଚିପାରିବ ସେଥିପାଇଁ ଯତ୍ନବାନ ଥିଲେ। ପାଣିପାଗ ବିଭାଗର ପୂର୍ବାନୁମାନକୁ ନଜରରେ ଆଗରୁ ସମସ୍ତ ବ୍ୟବସ୍ଥା କରାଯାଉଥିଲା। ହେଲେ ଏବେ କଣ ସରକାର ଆଗରୁ ଜାଣି ପାରିନଥିଲେ ବୋଲି କହିଛନ୍ତି ସୁଦାମ। କେବଳ ସେତିକି ନୁହେଁ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ବୋଲି ମଧ୍ୟ କହିଛନ୍ତି। ଏଥି ସହିତ ଲୋକଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଯଥା ଶୀଘ୍ର କରାଯାଉ ବୋଲି ମଧ୍ୟ ଦାବି ରଖିଛନ୍ତି।
ଫା: ଭି: ତେବେ କ୍ଷତିଗ୍ରସ୍ତ ଅଞ୍ଚଳରେ ଯଥା ଶୀଘ୍ର ସମସ୍ତ ସରକାରୀ ବ୍ୟବସ୍ଥା ଯଥା ଶୀଘ୍ର ପହଞ୍ଚିବ ବୋଲି ସମସ୍ତଙ୍କ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ