କ୍ଷତ୍ରିୟବରପୁରରେ ମାଆ ବୁଢାକେନ୍ଦୁ ଫାର୍ମା ଉଦ୍ଘାଟିତ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବିଭିନ୍ନ ନାମୀଦାମୀ କମ୍ପାନୀର ଔଷଧ ଗୁଡ଼ିକୁ ଗ୍ରାମାଞ୍ଚଳର ରୋଗୀଙ୍କୁ ସୁଲଭ ଦରରେ ଯୋଗାଇଦେବା ପାଇଁ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଠାରେ ମାଆ ବୁଢାକେନ୍ଦୁ ଫାର୍ମା ଉଦ୍ଘାଟିତ ହୋଇଯାଇଛି I ଏହି ଅବସରରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଫାର୍ମାର ଉଦ୍ଘାଟନ କରିଥିଲେ I ଡାକ୍ତର ଷଡ଼ଙ୍ଗୀ ଫାର୍ମା ମାଲିକ ଶକ୍ତି ପ୍ରସାଦ ତ୍ରିପାଠିଙ୍କ ଏହି ନିଆରା ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ ଲୋକଙ୍କ ସ୍ଵାସ୍ଥ୍ୟ ରକ୍ଷା ଦିଗରେ ଏହା ଏକ ମାଇଲ ଖୁଣ୍ଟ ହେବ ବୋଲି ପ୍ରକାଶ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ଶିକ୍ଷକ ଶିଶିର କୁମାର ସ୍ଵାଇଁ ପ୍ରମୁଖ ଯୋଗ ଦେଇ ଶ୍ରୀ ତ୍ରିପାଠିଙ୍କୁ ସାଧୁବାଦ ଜଣାଇଥିଲେ I ଏନେଇ ଶକ୍ତି ପ୍ରସାଦ ତ୍ରିପାଠି ପ୍ରତିକ୍ରିୟା ରଖିଛନ୍ତି ଯେ ପୂର୍ବରୁ ଏହି ଅଞ୍ଚଳର ଲୋକେ ଡ଼ାକ୍ତର ମାନେ ଲେଖୁଥିବା ବିଭିନ୍ନ ନାମୀଦାମୀ କମ୍ପାନୀଗୁଡ଼ିକର ଔଷଧ ପାଇଁ ବ୍ରହ୍ମପୁର, କଟକ, ଭୁବନେଶ୍ୱର ଏବଂ ବିଶାଖାପାଟଣା ଭଳି ସ୍ଥାନକୁ ଯାଇ ଅଯଥା ହଇରାଣ ହେବା ସହ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେଉଥିଲେ I କିନ୍ତୁ ଏହି ଫାର୍ମା ମାଧ୍ୟମରେ ସବୁ ନାମୀଦାମୀ କମ୍ପାନୀର ଔଷଧକୁ ସୁଲଭ ମୂଲ୍ୟରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରହିଛି I ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ବାଣୀ ଚରଣ ତ୍ରିପାଠି ଏବଂ ସନ୍ତୋଷ କୁମାର ତ୍ରିପାଠି ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ