କ୍ଷତ୍ରିୟବରପୁରରେ ଶୀତଳ ଷଷ୍ଠୀ ଯାତ୍ରା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଗ୍ରାମରେ ଶୀତଳ ଷଷ୍ଠୀ ଯାତ୍ରା ତଥା ଶିବ ପାର୍ବତୀଙ୍କ ବିବାହ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି I ଗ୍ରାମ୍ୟ ସଭାପତି ପ୍ରତାପ ଚନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ବିପ୍ର ଚରଣ ତ୍ରିପାଠି,ରମେଶ୍ ଚନ୍ଦ୍ର ଦାଶ,ଦୁଃଖୀଶ୍ୟାମ ତ୍ରିପାଠି, ଅଜିତ କୁମାର ଶତପଥୀ, ଦ୍ୱାରିକା ତ୍ରିପାଠି, ଅଜିତ ତ୍ରିପାଠି, ସନ୍ତୋଷୀ କୁମାର ତ୍ରିପାଠି, ଶ୍ରୀନୀବାସ ତ୍ରିପାଠି, ବେଣୁ ମାଧବ ତ୍ରିପାଠି, ସୁବ୍ରତ ତ୍ରିପାଠି, ପିଣ୍ଟୁ ଭାଇ ପ୍ରମୁଖ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଯାତ୍ରା ପରିଚାଳନା କରିଥିଲେ I ଯାତ୍ରା ଉଦଯାପନୀ ଦିବସରେ ଗ୍ରାମରେ ରାଧାପ୍ରେମଲୀଳା ନାଟକ ମଞ୍ଚସ୍ଥ ହୋଇଥିଲା I ଗାଙ୍ଗପୁର ଥାନା ପକ୍ଷରୁ ଯାତ୍ରାରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ତଦାରଖ କରାଯାଇଥିଲା I ବରିଷ୍ଠ ସାମ୍ବାଦିକ ତଥା ବେଲଗୁଣ୍ଠା ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ ଯୋଗଦେଇ ଯାତ୍ରାର ସୁପରିଚାଳନା ଦିଗରେ ମତବ୍ୟକ୍ତ କରିଥିଲେ I