କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବପଲ୍ଲବ ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆକରି ନାମ ଲେଖାଇଥିବା ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନବପଲ୍ଲଵ ଉତ୍ସବ ମାଧ୍ୟମରେ ସ୍ୱାଗତ କରାଯାଇଛି | ଏହି ଅବସରରେ ନବାଗତଙ୍କୁ ଫୁଲ ଚନ୍ଦନ ଏବଂ ଅଭିନନ୍ଦନ ପତ୍ର ମାଧ୍ୟ୍ୟମରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ସ୍ୱାଗତ କରିଥିଲେ |ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ପାଇଁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଗୁରୁତ୍ୱ ସମ୍ପର୍କରେ କହିଥିଲେ |ସାଂସ୍କୃତିକ ପରିଷଦର ଉପସଭାପତି ଦେବେଶ ଚନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ସ୍ନିଗ୍ଧା ରାଣୀ ଗୌଡ଼, ମହେଶ୍ୱର ରାଉତ, ସନ୍ତୋଷୀ ପରିଡା, ସ୍ଵରୂପାରାଣୀ ରାଣୀ ବିଶ୍ୱାଳ, ସୁଶାନ୍ତ କୁମାର ଲେଙ୍କା, ପି ଦୀପକ ରାଓ, ପିଙ୍କି ପଲାଇ, ଭାରତୀ ବିଶ୍ୱାଳ, ରୁପାଲୀ ବିଶୋଇ, ସଞ୍ଜୟ ସାହୁ, ଦିପୁ ଭୂୟାଁ ପ୍ରମୁଖ ବିଦ୍ୟାଳୟର ଇତିହାସ, ଶୃଙ୍ଖଳା, ପରିବେଶ, ଯୁବ ରେଡ଼କ୍ରସ, ଜାତୀୟ ସେବା ଯୋଜନା, ରୋଭର ସ୍କାଉଟ ଶୈକ୍ଷିକ ପରିବେଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ | ପ୍ରାକ୍ତନ ଛାତ୍ରୀ ପୂଜାରାଣୀ ପ୍ରଧାନ, ଗୁଣମ୍ବରୀ ଲେଙ୍କା, ତପସ୍ୱିନୀ ଜେନା ପ୍ରମୁଖ ପଢିବା ସମୟରେ ସେମାନଙ୍କ ଅନୁଭୂତି କହିଥିଲେ | ପ୍ରଥମେ ଯୁବ ରେଡ଼କ୍ରସ ଏବଂ ରେଡ ରିବନ କ୍ଲବ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ନବାଗତ ଛାତ୍ରଛାତ୍ରୀ ମାନେ ତମାଖୁ ବର୍ଜନ ପାଇଁ ଶପଥ ଗ୍ରହଣ କରିଥିଲେ |ଏଥିରେ ଯୁବ ରେଡ଼କ୍ରସ, ଜାତୀୟ ସେବା ଯୋଜନା, ସ୍କାଉଟ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ