କ୍ଷତ୍ରିୟବରପୁର ଡିଗ୍ରୀ କଲେଜ୍ ରେ ଉଦ୍ଭିଦ ବିଜ୍ଞାନ ବିଭାଗର ପାଠଚକ୍ର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗରେ ବିଭାଗୀୟ ଅଧ୍ୟାପିକା ଅନିତା ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପରିସଂସ୍ଥା ସମ୍ପର୍କରେ ଏକ ପାଠଚକ୍ର ଅନୁଷ୍ଠିତ ହେବା ସହିତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଇଁରାଜୀ ବିଭାଗ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଏବଂ ଲାଇବ୍ରେରିଆନ୍ ଶ୍ରୀନିବାସ ସ୍ୱାଇଁ ମଞ୍ଚାସୀନ ଥିଲେ I ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I ଛାତ୍ରୀ ଦିପ୍ତିମୟୀ ନାୟକ ସନ୍ଦର୍ଭ ପାଠ କରିଥିଲେ I କାର୍ଯ୍ୟକ୍ରମରେ ଭୂଷଣ ଗୌଡ଼ଙ୍କ ସମେତ ବିଭାଗୀୟ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ I ଛାତ୍ରୀ ଦିପ୍ତିମୟୀ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ