କ୍ଷତ୍ରୀୟ ବରପୁର କଲେଜ୍ ରେ ଭୋଟର ପଞ୍ଜୀକରଣ ସଚେତନତା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ଭୋଟର ପଞ୍ଜୀକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ରୂପେ ଉପଜ଼ିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ଯୋଗ ଦେଇ ସତର ବର୍ଷରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀଙ୍କୁ ଆଗାମୀ ଦିନରେ ଅଠର ବର୍ଷ ହେବାମାତ୍ରେ ଭୋଟର ପଞ୍ଜୀକରଣ ସହ ଆଧାର ନମ୍ବର ସଂଯୋଗ କରିବାକୁ ଉପଦେଶ ଦେଇଥିଲେ |ଭଞ୍ଜନଗର ଉପଖଣ୍ଡ ସୂଚନା ଅଧିକାରୀ ଗୌରୀଶଙ୍କର ଶତପଥି ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଭୋଟର ପଞ୍ଜୀକରଣ ଉପରେ ଗୁରୁତ୍ୱ ଦେଇଥିଲେ |ସାଧନକର୍ମୀ ସୁନୀଲ କୁମାର ବେହେରା ପଞ୍ଜୀକରଣ ଵିଧି ଉପରେ ପ୍ରଶିକ୍ଷଣ ଦେଇଥିଲେ | ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କରି ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ଧନ୍ୟବାଦ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ମୁକ୍ତିକାନ୍ତ ନାୟକ, ଅଧ୍ୟାପିକା ରୁନିବାଳା ତ୍ରିପାଠୀ, ଦିପୁ ଭୂୟାଁ, ସଞ୍ଜୟ ସାହୁ, ଦେବେଶ ଚନ୍ଦ୍ର ମହାପାତ୍ର, ମହେଶ୍ୱର ରାଉତ, ସ୍ୱରୂପାରାଣୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ |


